fbpx

ଉତ୍କଳ ବିଶ୍ୱବିଦ୍ୟାଳୟରେ ବ୍ୟକ୍ତିଙ୍କୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ

ଭୁବନେଶ୍ୱର, ୨୨ା୧୧(ଓଡ଼ିଶା ଭାସ୍କର): ଉତ୍କଳ ବିଶ୍ୱବିଦ୍ୟାଳୟରେ ବ୍ୟକ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା ଘଟିଥିଲା । ପ୍ରାୟ ୩ଘଣ୍ଟାର ପ୍ରୟାସ କରିବା ପରେ ବ୍ୟକ୍ତିଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ । ଉଲ୍ଲେଖଯୋଗ୍ୟ ଯେ ବ୍ୟକ୍ତି ଜଣକ ପରିଜା ଲାଇବ୍ରେରି ଛାତ ଉପରେ ଚଢ଼ିଥିଲେି । ସେଠାରୁ ଛାତ ଉପରୁ ଡ଼େଇଁ ଆତ୍ମହତ୍ୟା କରିବାର ଧମକ ଦେଉଥିଲେ । ପୋଲିସ କର୍ମଚାରୀଙ୍କୁ ବେଶ ୩ଘଣ୍ଟା ଧରି ନାକେଦମ କରି ପକାଇଥିଲେ । ଏବେ କିନ୍ତୁ ଅଗ୍ନିଶମ ବିଭାଗ ହାତରେ ସେ ଧରାପଡ଼ିଛନ୍ତି । ବ୍ୟକ୍ତି ଜଣକ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇର ବୋଲି ସୂଚନା ମିଳିଛି । ତାଙ୍କ ନାମ ସୁବୋଧ କୁମାର ବାରିକ । ଉଦ୍ଧାର ପରେ କ୍ୟାପିଟାଲ ହସ୍ପିଟାଲରେ ଯୁବକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଚାଲିଛି । ଗତ ୨୪ ତାରିଖରୁ ଭୁବନେଶ୍ୱରରୁ ସୁବୋଧ ନିଖୋଜ ଥିଲେ । ପୋଷ୍ଟାଲ ବିଭାଗରେ ସୁବୋଧ କାମ କରୁଥିଲେ । ସୁବୋଧ ମାନସିକ ବିଭାଗଗ୍ରସ୍ତ ହୋଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.