ବଢିଲା ମୁନା ଖାନ୍ଙ୍କ ଇସ୍ତଫା ଚର୍ଚ୍ଚା: ନବୀନ ନିବାସରେ ପହଞ୍ଚିଲେ ବିଜେଡି ସାଂସଦ ମୁନା ଖାଁ
ସଂଖ୍ୟାଲଘୁ ସେଲରୁ ମୁନା ଖାଁଙ୍କ ଇସ୍ତଫା ଚର୍ଚ୍ଚା
ଭୁବନେଶ୍ୱର: ସଂଖ୍ୟାଲଘୁ ସେଲରୁ ମୁନା ଖାଁଙ୍କ ଇସ୍ତଫା ଚର୍ଚ୍ଚା ଜୋର ଧରିଛି। ଗତ ୫ ତାରିଖରେ ଗଠନ ହୋଇଥିଲା ବିଜେଡିର ସଂଖ୍ୟାଲଘୁ ସେଲ୍। ଦିଲ୍ଲୀପ ତିର୍କୀଙ୍କୁ ସଂଖ୍ୟାଲଘୁ ସେଲର ଆବାହକ ଦାୟିତ୍ୱ ଦିଆଯାଇଛି।
ବିଜେଡି ସାଂସଦ ମୁନା ଖାଁ ନବୀନ ନିବାସରେ ପହଞ୍ଚିବା ପରେ ତାଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସଂଖ୍ୟାଲଘୁ ସେଲରୁ ସାଉତ୍ ଜୋନ ସଂଯୋଜକ ପଦରୁ ଇସ୍ତଫା ନେଇ ଚର୍ଚ୍ଚା ଜାରି ରହିଛି। ଏହା କେତେ ସତ କେତେ ମିଛ ତାହା ବର୍ତ୍ତମାନ ଜଣାପଡିନାହିଁ, କିନ୍ତୁ ରାଜନୈତିକ ମହଲରେ ଏ ନେଇ ଚର୍ଚ୍ଚା ଜୋର ଧରିଛି।