ବର୍ଦ୍ଧିତ କରୋନା ସଂକ୍ରମଣକୁ ନେଇ ବିଏମସି କମିସନଙ୍କ ପ୍ରତିକ୍ରିୟା: ଆବାସିକ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ୍ ଛାଡିବାକୁ ନିର୍ଦ୍ଦେଶ
-
World 144,243,003
WorldConfirmed: 144,243,003Active: 18,483,424Recovered: 122,693,676Death: 3,065,903 -
USA 32,557,011
USAConfirmed: 32,557,011Active: 6,853,992Recovered: 25,120,268Death: 582,751 -
India 15,924,732
IndiaConfirmed: 15,924,732Active: 2,290,689Recovered: 13,449,371Death: 184,672 -
Brazil 14,050,885
BrazilConfirmed: 14,050,885Active: 1,110,666Recovered: 12,561,689Death: 378,530 -
Russia 4,727,125
RussiaConfirmed: 4,727,125Active: 267,546Recovered: 4,352,873Death: 106,706 -
Turkey 4,446,591
TurkeyConfirmed: 4,446,591Active: 565,274Recovered: 3,844,342Death: 36,975 -
UK 4,395,703
UKConfirmed: 4,395,703Active: 101,642Recovered: 4,166,734Death: 127,327 -
Italy 3,904,899
ItalyConfirmed: 3,904,899Active: 475,635Recovered: 3,311,267Death: 117,997 -
Germany 3,200,025
GermanyConfirmed: 3,200,025Active: 294,617Recovered: 2,824,100Death: 81,308 -
Pakistan 772,381
PakistanConfirmed: 772,381Active: 83,162Recovered: 672,619Death: 16,600 -
China 90,541
ChinaConfirmed: 90,541Active: 305Recovered: 85,600Death: 4,636
ଭୁବନେଶ୍ୱର, ୮|୪ (ଓଡିଶା ଭାସ୍କର) : କରୋନା ସଂକ୍ରମଣ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇଛି । ଏହାକୁ ନଜରରେ ରଖି ରାଜ୍ୟରେ ସ୍ପେଶାଲ୍ ଡ୍ରାଇଭ୍ କରୁଛନ୍ତି । ଏଥିରେ କରୋନା ନିୟମ ମାନୁନଥିବା ମଲ୍, ବଜାର, ଦୋକାନ ଆଦିରେ ଚଢ଼ାଉ କରାଯାଉଛି । ଲୋକମାନଙ୍କୁ ସଂକ୍ରମଣରୁ ବଞ୍ଚିବା ପାଇଁ ସଚେତନ କରାଯାଇଛି । ସନ୍ଧ୍ୟାରେ ବଜାର, ହୋଟେଲ ଆଦିରେ ଚେକିଂ କରାଯାଉଛି । ତେଣୁ କରୋନା ମୁକାବିଲା କରିବାରେ ଆମେ ସଜାଗ ଅଛୁ । କମିଶନରେଟ୍ ପୋଲିସ୍ ମଧ୍ୟ ସରକାରଙ୍କ ନିର୍ଦ୍ଦେଶାନୁସାରେ କାମ କରୁଛି । ଏହି ପରିପ୍ରେକ୍ଷୀରେ ଅନେକ କୋଚିଂ ସେଣ୍ଟର୍ କୁ ସିଲ୍ କରାଯାଇଛି । ଅପରପକ୍ଷରେ ଆବାସିକ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ୍ ଛାଡିବାକୁ କୁହାଯାଇଛି । ଅଧିକାଂଶ ଶିକ୍ଷାନୁଷ୍ଠାନରେ ପରୀକ୍ଷା ସରିଥିବାରୁ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଜି ଗଣମାଧ୍ୟମକୁ କରୋନା ସମ୍ପର୍କିତ ପ୍ରତିକ୍ରିୟାରେ କହିଛନ୍ତି ବିଏମସି କମିଶନର ପ୍ରେମ ଚୌଧୁରୀ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭୁବନେଶ୍ୱରରେ ବର୍ତ୍ତମାନ ଥିବା ଏକମାତ୍ର କୋଭିଡ ହସ୍ପିଟାଲ ସମ ହସ୍ପିଟାଲରେ ଶଯ୍ୟା ସଂଖ୍ୟା ୧୫୦ ରୁ ୨୫୦କୁ ବୃଦ୍ଧି କରାଯାଇଛି । ପୂର୍ବରୁ ଯେଉଁ ହସ୍ପିଟାଲଗୁଡ଼ିକ ସହ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା ସେମାନଙ୍କୁ ଆବଶ୍ୟକସ୍ଥଳେ ପୁଣିଥରେ ନିୟୋଜିତ କରାଯିବ । ବର୍ତ୍ତମାନ ଆମେ ନାଇଟ କର୍ଫ୍ୟୁ, ଲକଡାଉନ ଓ ସଟଡାଉନ କଥା ଚିନ୍ତା କରୁନୁ, ଏନଫୋର୍ସମେଣ୍ଟ, ମାଇକ୍ରୋ କଣ୍ଟେନମେଣ୍ଟ ଓ ସଚେତନତା ଉପରେ ଅଧିକ ଗୁରୁତ୍ୱ ଦେଉଛୁ ।
ସୁଚନାଯୋଗ୍ୟ, ଗତ ୨୪ ଘଣ୍ଟା ମଧ୍ୟରେ ୮୭୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୫୧୮ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ହେଉଛି ୩୬୧। ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୪୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।