fbpx

ମଦ କାରବାର ବିରୋଧ କରିବାରୁ ହାଣିଦେଲେ !

କଟକ, ୨ା୯(ଓଡ଼ିଶା ଭାସ୍କର): କଟକ ଚୌଦ୍ୱାର ଥାନା ବାଣୀପଦା ଗ୍ରାମ ସ୍ଥିତ ସାମଲ ସାହିରେ ହତ୍ୟାକାଣ୍ଡ ହୋଇଛି । ଦୁର୍ବୃତ୍ତମାନେ ଧାରୁଆ ଅସ୍ତ୍ରରେ ହାଣି ଗ୍ରାମର ସରୋଜ ସାମଲଙ୍କୁ ହତ୍ୟା କରିଛନ୍ତି । ଦେଶୀ ମଦ କାରବାର ବିରୋଧରେ ଅଭିଯୋଗ କରିଥିଲେ ସରୋଜ । ମଦ କାରବାର ବିରୋଧ କରିବାରୁ ହତ୍ୟା ହୋଇଥିବା ସନ୍ଦେହ କରାଯାଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ସାଇଣ୍ଟିଫିକ୍ ଟିମ୍ ସହାୟତାରେ ପୋଲିସ ତଦନ୍ତ ଜାରି କରିଛି । ଏହାସହ ଗଣ୍ଡଗୋଳ ଆଶଙ୍କାରେ ଗାଁରେ ଦୁଇ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି ।

Get real time updates directly on you device, subscribe now.