fbpx

ସମାଜସେବୀ ଆଦିତ୍ୟଙ୍କ ମୃତ୍ୟୁ ମାମଲା, ସାଇକୋ ଲେଡ଼ିଙ୍କୁ ନେଇ ସହଯୋଗୀ ବିକାଶ କହିଲେ କିଛି ଏପରି…

ଭୁବନେଶ୍ୱର, ୨ା୯(ଓଡ଼ିଶା ଭାସ୍କର): ସମାଜସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁକୁ ଅନେକ ଦିନ ବିତି ଯାଇଥିଲେ ମଧ୍ୟ ଏହା ଆତ୍ମହତ୍ୟା ନା ହତ୍ୟା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ । ଆଦିତ୍ୟଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ରହସ୍ୟମୟ ହେବାରେ ଲାଗିଛି । ଗତକାଲି ଆଦିତ୍ୟଙ୍କ ବାପା କହିଥିଲେ ତାଙ୍କ ପୁଅର ମୃତ୍ୟୁ ପଛରେ ଜଣେ ସାଇକୋ ଲେଡ଼ିଙ୍କ ହାତ ଥାଇପାରେ । ସେହି ସାଇକୋ ଲେଡ଼ିଙ୍କ ସମ୍ପର୍କରେ ଆଜି କହିଛନ୍ତି ଆଦିତ୍ୟଙ୍କ ସହଯୋଗୀ ବିକାଶ । ସେ କହିଛନ୍ତି ସାଇକୋ ଲେଡ଼ି ଯାହାକୁ କୁହାଯାଇଛି ସେ ସାଇକୋ କି ନାହିଁ ଜାଣି ନାହିଁ । ସେ ବାଲେଶ୍ୱରର ଝିଅ ଅଟନ୍ତି । ଉଭୟଙ୍କ ଭିତରେ ସେମାନଙ୍କ ସହମତିରେ ସମ୍ପର୍କ ଥିଲା । ବିକାଶ ତାଙ୍କ ସହ ଛଅ ସାତ ମାସ ତଳେ କଥା ହୋଇଥିଲେ । ଏହାସହ ଆଦିତ୍ୟ ତାଙ୍କ ସହ କଥା କରାଇଥିଲେ ବୋଲି ବିକାଶ କହିଛନ୍ତି । ଏହାସହ ସେ ଆଶ୍ରମକୁ ଆସିଥିବା ବେଳେ ଦେଖା ହୋଇଥିଲା ବୋଲି କହିଛନ୍ତି । ଆଦିତ୍ୟଙ୍କ ଭାଇଙ୍କୁ କେହି ଧମକ ଦେଇ ନାହାନ୍ତି ଯଦି ବି କେହି ଧମକ ଦେଇଥାନ୍ତେ ତେବେ ସେ ଜାଣିଥାନ୍ତେ ବୋଲି କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ସମାଜସେବୀ ଆଦିତ୍ୟ ସୁନ୍ଦରଙ୍କ ମୃତଦେହ ଗତ ୭ତାରିଖ ଦିନ ଭୁବନେଶ୍ୱରର ଲିଙ୍ଗରାଜ ଟେମ୍ପୁଲ ରୋଡ଼ ଷ୍ଟେସନରୁ ମିଳିଥିଲା । ଏଥିସହିତ ମୃତ୍ୟୁର କିଛି ଦିନ ପୂର୍ବରୁ ସେ ଡ଼ିପ୍ରେସନରେ ରହୁଥିବା ଜଣାପଡ଼ିଥିଲା । ସେ ପିପୁଲ ଫର ସେବା ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନର ସଂସ୍ଥାପକ ମଧ୍ୟ ଥିଲେ ।

Get real time updates directly on you device, subscribe now.