ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ, ପଇଡ ତୋଳା ବିବାଦକୁ ନେଇ ବୀଭତ୍ସ ହତ୍ୟା
ବାସେଳିସାହି ମଶାଣିଚଣ୍ଡୀ ସାହିରେ ହତ୍ୟାକାଣ୍ଡ ।
ପୁରୀ: କିଛି ଦିନରେ ବିରତି ପରେ ପୁଣିଥରେ ଶ୍ରୀକ୍ଷେତ୍ରରୁ ହତ୍ୟା ଖବର ସାମ୍ନାକୁ ଆସିଛି । ପଇଡ ତୋଳା ବିବାଦକୁ ନେଇ ଯୁବକଙ୍କୁ ବୀଭତ୍ସ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।
ଘରେ ଶୋଇଥିବା ବେଳେ ଯୁବକଙ୍କୁ ହାଣି ହତ୍ୟା କରାଯାଇଛି । ବାସେଳିସାହି ମଶାଣିଚଣ୍ଡୀ ସାହିରେ ଏହି ହତ୍ୟାକାଣ୍ଡ ହୋଇଛି ।
ହତ୍ୟା ପରେ ହତ୍ୟାକାରୀ ଫେରାର- ତେବେ ହତ୍ୟା ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଘରେ ମୃତଦେହ ପଡି ରହିଥିବା ବେଳେ ବାସେଳିସାହି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ମୃତକଙ୍କ ପରିଚୟ ଅସ୍ପଷ୍ଟ- ତେବେ ମୃତକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ । ହତ୍ୟାକାଣ୍ଡର କାରଣ କେବଳ ପଇଡ ତୋଳା ନା ଅନ୍ୟ କିଛି ରହିଛି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ । ପୋଲିସ ପାଖ ପଡ଼ିଶାକୁ ପଚରାଉଚରା କରି ତଦନ୍ତ ଆଗକୁ ବଢାଇଛି ।