fbpx

କଟାମୁଣ୍ଡ: ବିବାହ ବିବାଦରୁ ମହିଳାଙ୍କୁ ହତ୍ୟା

ଭୁବନେଶ୍ୱର,୧୧ ।୨(ଓଡିଶା ଭାସ୍କର) : ଭୁବନେଶ୍ୱର ଭରତପୁର-ଚନ୍ଦକା ଦାଶପୁରରେ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ମିଳିଛି ମହିଳାଙ୍କ କଟାମୁଣ୍ଡ । ଏନେଇ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୋଲିସ କମିଶନର ସୁଧାଂଶୁ ଷଢଙ୍ଗୀ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ବିବାହ ବିବାଦରୁ ମହିଳାଙ୍କୁ ହତ୍ୟା କରାଯାଇଛି ବୋଲି ପୋଲିସ କମିଶନର କହିଛନ୍ତି । ଏହା ସହ ସେ କହିଛନ୍ତି ଯେ, ‘ମୃତକଙ୍କ ପରିଚୟ ଚିହ୍ନଟ କରିବା ଆମ ପାଇଁ ଏକ ଚ୍ୟାଲେଞ୍ଜ ଥିଲା । ୯ ତାରିଖରେ ଆମକୁ ସ୍ପଷ୍ଟ ସୂଚନା ମିଳିଲା । ମୃତ ମହିଳାଙ୍କ ନାଁ ହେଉଛି ପୁଷ୍ପଲତା ରାଉଳ । ମଞ୍ଚେଶ୍ୱର ଧୀରକୁଟବସ୍ତିରେ ସେହି ମହିଳା ଜଣକ ରହୁଥିଲେ । ବିଳମ୍ବିତ ରାତିରେ ମହିଳାଙ୍କୁ ହତ୍ୟା କରି ଫୋପାଡି ଦେଇଥିଲେ ଅଭିଯୁକ୍ତ । ହତ୍ୟା ପରେ ଅଭିଯୁକ୍ତମାନେ ଦଶପଲ୍ଲାରେ ରହିଥିଲେ । ସେହି ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଖୁବଶୀଘ୍ର ସେମାନଙ୍କୁ କୋର୍ଟ ପଠାଯିବ । ୨୦ ପୋଲିସ ଅଧିକାରୀ ଏହି ତଦନ୍ତରେ ସାମିଲ ଥିଲେ ।’

Get real time updates directly on you device, subscribe now.