fbpx

ଦିନିକିଆର ସବୁଠୁ ଦ୍ରୁତତମ ଶତକ ହାସଲ କଲେ ମୁଶଫିକୁର: ରଚିଲେ ଇତିହାସ

ନୂଆଦିଲ୍ଲୀ: ବାଂଲାଦେଶ କ୍ରିକେଟ ଟିମର ୱିକେଟ କିପର ବ୍ୟାଟ୍ସମ୍ୟାନ ମୁଶଫିକୁର ରହିମ ରଚିଛନ୍ତି ଏକ ନୂଆ ଇତିହାସ । ଆୟରଲାଣ୍ଡ ବିପକ୍ଷ ମ୍ୟାଚରେ ଶତକ ହାସଲ କରି ଦିନିକିଆ କ୍ରିକେଟରେ ଏହି ନୂଆ ରେକର୍ଡ ହାସଲ କରିଛନ୍ତି । ମୁଶଫିକୁର ରହୀମ ବାଂଲାଦେଶ ପାଇଁ ଦିନିକିଆରେ ଦ୍ରୁତତମ ଶତକ ହାସଲ କରିବାରେ ସେ ପ୍ରଥମ ଖେଳାଳି ପାଲଟିଛନ୍ତି ।

ଆୟରଲାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଇନିଂସର ଶେଷ ବଲରେ ଏକ ରନ୍ ନେଇ ନିଜର ନବମ ଶତକ ପୂରଣ କରିଛନ୍ତି ମୁଶଫିକୁର । ଏହି ମ୍ୟାଚରେ ମାତ୍ର ୬୦ ବଲରୁ ସେ ଏହି ଶତକ ହାସଲ କରି ନେଇଛନ୍ତି । ତେବେ ଏହି ଶତକ ମୁଶଫିକୁରଭ୍କ ସହ ସମ୍ପୂର୍ଣ୍ଣ ବାଂଲାଦେଶ କ୍ରିକେଟ ଇତିହାସର ଦ୍ରୁତତମ ଶତକ ଭାବେ ରେକର୍ଡ ସୃଷ୍ଟି ହୋଇଛି । ମୁଶଫିକୁରଙ୍କ ଏହି ପାଳିରେ ୧୪ଟି ଚୌକା ଏବଂ ୨ଟି ଛକା ସାମିଲ ରହିଥିଲା । ଏହାବ୍ୟତୀତ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ନିଜର ୭ ହଜାର ରନ୍ ମଧ୍ୟ ପୂରଣ କରିଛନ୍ତି ମୁଶଫିକୁର ରହୀମ । ଏହି ପାରି ସହ ସେ ଏମିତି ଉପଲବ୍ଧି ହାସଲ କରିଥିବା ତୃତୀୟ ଖେଳାଳି ପାଲଟିଛନ୍ତି ।

ତେବେ ଆଜିର ଏହି ମ୍ୟାଚରେ ପ୍ରଥମେ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଆୟରଲାଣ୍ଡ । ତେବେ ଅଧିନାୟକଙ୍କର ଏହି ନିଷ୍ପତ୍ତି ଭୁଲ ବୋଲି ପ୍ରମାଣିତ ହୋଇଛି । ମୁଶଫିକୁରଙ୍କ ଶତକ ଏବଂ ସାଥୀ ଖେଳାଳିଙ୍କ ଛୋଟ ଛୋଟ ପାଳି ସହ ଆୟରଲାଣ୍ଡକୁ ୩୫୦ ରନର ଲକ୍ଷ୍ୟ ଦେଇଥିଲା ବାଂଲାଦେଶ । ତେବେ ଆୟରଲାଣ୍ଡ ଇନିଂସ ପୂର୍ବରୁ ବର୍ଷା ଏହି ମ୍ୟାଚକୁ ଧୋଇ ଦେଇଛି ।

Get real time updates directly on you device, subscribe now.