fbpx

(video) ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଗୁପଚୁପ ଖାଇଲେ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା, ସୋସିଆଲ ମିଡିଆରେ ଭିଡ଼ିଓ ହେଉଛି ଭାଇରଲ

ନୂଆଦିଲ୍ଲୀ: ଗୁପଚୁପ ଖାଇବା ଆମ ସମସ୍ତଙ୍କୁ ଭଲ ଲାଗେ। ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଦୁଇ ଦିନିଆ ପାଇଁ ଭାରତ ଗସ୍ତରେ ଆସିଛନ୍ତି । ଆଉ ଏହି ସମୟରେ ସେ ଭାରତର ସଂସ୍କୃତି ଏବଂ ଖାଦ୍ୟକୁ ଉପଭୋଗ କରୁଛନ୍ତି। ତେବେ ସୋମବାର ସେ ଗୁପଚୁପ , ଲାସି ଏବଂ ଆମ୍ ପନ୍ନାର ସ୍ୱାଦ ନେଇଛନ୍ତି । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦିଲ୍ଲୀର ବୁଦ୍ଧ ଜୟନ୍ତୀ ପାର୍କରେ ପହଞ୍ଚି ସେଠାରେ ଭାରତୀୟ ଖାଦ୍ୟର ସ୍ବାଦ ଚାଖିଥିଲେ।

ଗୁପଚୁପ , ଆମ୍ ପନ୍ନା ଏବଂ ଲାସି ପିଉଥିବାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ସେ ମସଲାଯୁକ୍ତ ଭାରତୀୟ ଖାଦ୍ୟ ଖାଉଥିବା ଦେଖିବାକୁ ମିଳିଛି। ଏଥି ସହିତ ଅନେକ ଲୋକ ସୋସିଆଲ ମିଡିଆରେ ଟ୍ୱିଟ କରି ଚିନ୍ତା ପ୍ରକଟ କରିଛନ୍ତି ଯେ ରାଗ ଏବଂ ଖଟା ଭାରତୀୟ ଖାଦ୍ୟ ସାମଗ୍ରୀ ଖାଇବା ଦ୍ୱାରା ସେମାନଙ୍କ ସ୍ୱାସ୍ଥ୍ୟ ଖରାପ ହେବନି ତ? ତେବେ ଭିଡିଓରେ ଦେଖି ଯାହା ଲାଗୁଛି ତାଙ୍କୁ ମସଲାଯୁକ୍ତ ଖାଦ୍ୟ ଖାଇବାରେ କୌଣସି ଅସୁବିଧା ଥିବା ହେଉ ନାହିଁ।

ତେବେ ଏହି ସମୟରେ ପିଏମ ମୋଦୀ ଫୁମିଓ କିଶିଦାଙ୍କୁ ଏକ ବୁଦ୍ଧ ମୂର୍ତ୍ତି ଉପସ୍ଥାପନ କରିଥିଲେ। ଅଧିକାରୀମାନେ କହିଛନ୍ତି ଯେ ଏହା ଚନ୍ଦନ କାଠରେ ନିର୍ମିତ । ଏହାର ଖୋଦନ କଳା ହେଉଛି ଏକ ସୂକ୍ଷ୍ମ ତଥା ପ୍ରାଚୀନ ହସ୍ତଶିଳ୍ପ ଯାହାକି ଦକ୍ଷିଣ ଭାରତୀୟ ରାଜ୍ୟରେ ଶତାବ୍ଦୀ ଧରି ନିର୍ମିତ ହେଇଆସୁଛି ।

ଚନ୍ଦନ ଗଛ ଭାରତରେ ଦେଖିବାକୁ ମିଳେ ଏବଂ ଏହାର କାଠ ଶତାବ୍ଦୀ ଧରି ଭାରତୀୟ ସଂସ୍କୃତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଆସୁଛି। ଏହାକୁ ଦୁନିଆର ସବୁଠାରୁ ମୂଲ୍ୟବାନ କାଠ ମଧ୍ୟରୁ ଏକ ବୋଲି ବିବେଚନା କରାଯାଏ। ପ୍ରଧାନମନ୍ତ୍ରୀ ମୋଦୀ ପ୍ରାୟତଃ ବିଦେଶୀ ମାନ୍ୟଗଣଙ୍କୁ ଉପହାର ପ୍ରଦାନ କରି ଭାରତର ବିଭିନ୍ନ ରାଜ୍ୟ ତଥା ଅଞ୍ଚଳର ସାଂସ୍କୃତିକ ତଥା କଳାତ୍ମକ ସମୃଦ୍ଧତାକୁ ଦର୍ଶାଉଛନ୍ତି।

ଅଧିକାରୀ କହିଛନ୍ତି ଯେ ବୁଦ୍ଧ ଚିତ୍ରଟି ପାରମ୍ପାରିକ କାରିଗରମାନଙ୍କ ଦ୍ୱାରା ନିର୍ମିତ ପାରମ୍ପାରିକ ଡିଜାଇନ୍ ଏବଂ ପ୍ରାକୃତିକ ଦୃଶ୍ୟ ସହିତ ହାରେ ତ ଖୋଦିତ ହୋଇଛି। ପ୍ରତିମୂର୍ତ୍ତିରେ ବୁଦ୍ଧ ଗଛ ତଳେ ଧ୍ୟାନରେ ବସିଛନ୍ତି।

Get real time updates directly on you device, subscribe now.