fbpx

ମନ୍ଦିରରେ ୧ କୋଟି ଦାନ କଲେ ମୁସଲିମ୍ ଦମ୍ପତ୍ତି: ପ୍ରଶଂସା କରୁଛନ୍ତି ଲୋକେ…

ଚେନ୍ନାଇ: କୁହାଯାଏ ଭକ୍ତ ଭଗବାନଙ୍କ ମଧ୍ୟରେ ଥିବା ପବିତ୍ର ସଂପର୍କର ବର୍ଣ୍ଣନା କରିହୁଏନାହିଁ । ଭକ୍ତ ପାଇଁ ଭଗବାନହିଁ ବଡ଼ । ଭକ୍ତି ଭାବରେ ଭଗବାନଙ୍କ ନିଜ ହୃଦୟରେ ରଖିଥାଏ ଭକ୍ତ । ଏଥିପାଇଁ ତ’ ଭଗବାନଙ୍କ ସେବାରେ ନିଜକୁ ନିୟୋଜିତ କରିଥାଏ । ଭଗବାନଙ୍କ ପାଖରେ ଭକ୍ତର ଭକ୍ତି ହିଁ ବଡ଼ । ବଡ଼ ନୁହେଁ ଜାତି, ବଡ଼ ନୁହେଁ ଧର୍ମ । ଏଥିପାଇଁ ତ’ ଏଭଳି ଜଣେ ଅନନ୍ୟ ଭକ୍ତ ଭଗବାନଙ୍କ ଉଦ୍ଦେଶ୍ୟରେ ଦାନ କରିଛନ୍ତି ୧ କୋଟିରୁ ଅଧିକ ଟଙ୍କା । ବଡ଼ କଥା ହେଉଛି ଏହି ଭକ୍ତ ହେଉଛି ମୁସଲିମ୍ ସଂପ୍ରଦାୟର । ଆଉ ଏଭଳି ଭକ୍ତଙ୍କ ମହାନତାକୁ ଭୂରି ଭୂରି ପ୍ରଶଂସା କରୁଛନ୍ତି ଲୋକେ ।

ପ୍ରକୃତରେ ଚେନ୍ନାଇର ଏକ ମୁସଲିମ ଦମ୍ପତ୍ତି ସୁବିନା ବାନୁ ଏବଂ ଅବଦୁଲ ଘାନୀ ତିରୁମାଲା ତିରୁପତି ଦେବସ୍ଥାନମ (ଟିଟିଡି) କୁ ୧ କୋଟି ଦାନ କରିଛନ୍ତି । ଏହି ଦାନରେ ନୂତନ ଭାବେ ନିର୍ମିତ ହୋଇଥିବା ପଦ୍ମାବତୀ ହାଉସ ପାଇଁ ୮୭ ଲକ୍ଷର ଫର୍ଣ୍ଣିଚର, ବାସନପତ୍ର ଏବଂ ଆଉ ୧୫ ଲକ୍ଷର ଡିମାଣ୍ଡ ଡ୍ରାଫ୍ଟ ଏସଭି ଅନ୍ନ ପ୍ରସାଦମ ଟ୍ରଷ୍ଟ ପାଇଁ ଦାନ କରିଛନ୍ତି । ଦମ୍ପତ୍ତି ଏହି ଚେକ୍ କୁ ତିରୁମାଲା ତିରୁପତି ଦେବସ୍ଥାନମକୁ ଦାନ କରିଛନ୍ତି । ଟିଟିଡିର କାର୍ଯ୍ୟନିର୍ବାହୀ ଅଧିକାରୀ ଏଭି ଧର୍ମା ରେଡ୍ଡୀ ଏହି ଚେକ୍ ଗ୍ରହଣ କରିବା ସହ ଏବଂ ସେମାନଙ୍କ ଅନୁଦାନ ପାଇଁ ଧନ୍ୟବାଦ ଦେଇଛନ୍ତି । ତେବେ ଏହା ପ୍ରଥମ ଥର ନୁହେଁ ଯେତେବେଳେ ଅବଦୁଲ ଘାନୀ ଟିଟିଡିକୁ ଏଭଳି ଦାନ କରିଛନ୍ତି ।

Get real time updates directly on you device, subscribe now.