fbpx

କଳିଯୁଗର ଅର୍ଜୁନ: ଚଳନ୍ତା ଡଙ୍ଗାରୁ ଧନୁ ଏବଂ ତୀର ସାହାଯ୍ୟରେ ମାଛ ଧରିଲେ ଯୁବକ

ଦ୍ୱାପର ଯୁଗରେ ବୀର ଅର୍ଜୁନ ମାଛର ଆଖି ଲକ୍ଷ୍ୟଭେଦ କରିଥିଲେ। ତାଙ୍କୁ ସେ ସମୟର ଶ୍ରେଷ୍ଠ ଯୋଦ୍ଧା କୁହାଯାଉଥିଲା। ଏବେ କିନ୍ତୁ ଏକ ଭିଡିଓ ଭାଇରଲ ହେଉଛି, ଯେଉଁଥିରେ ଦେଖିବାକୁ ମିଳିଛି ଯେ, ଜଣେ ଯୁବକ କିପରି ଧନୁ ସରରେ ଏକ ମାଛକୁ ଧରିବାରେ ସଫଳ ହେଉଛନ୍ତି। ସାଧାରଣତଃ ମାଛକୁ ଜାଲରେ କିମ୍ବା ବନିସୀରେ ଧରିଥାନ୍ତି। କିନ୍ତୁ ଏକ ବଡ଼ ମାଛକୁ ଯୁବକ ଜଣକ କିପରି ଅତି ସହଜରେ ଧରି ନେଉଛନ୍ତି ତାହା ଏହି ଭିଡିଓରେ ଦେଖିବାକୁ ମିଳିଛି।

ଏହି ଭିଡିଓଟି ଇନଷ୍ଟାଗ୍ରାମରେ ‘ରିଲ୍ ଲାଇଫଷ୍ଟାଇଲ୍ ଫିସିଂ’ର ଏକ ପୃଷ୍ଠା ଦ୍ୱାରା ସେୟାର କରାଯାଇଛି। ଯଦିଓ ଏହି ଭିଡିଓ କେବେ ଏବଂ କେଉଁଠୁ ଆସିଛି ତାହା ଭିଡିଓରେ କୁହାଯାଇ ନାହିଁ, କିନ୍ତୁ ଏଥିରେ ପ୍ରଦର୍ଶିତ କଳା ବହୁତ ଜବରଦସ୍ତଅଟେ। ଏଥିରେ ଜଣେ ଯୁବକ ଚଳନ୍ତା ଡଙ୍ଗାରେ ବସିଛି ଏବଂ ତାଙ୍କ ହାତରେ ଏକ ଧନୁ ତୀର ଅଛି। ପାଣି ଉପରେ ଡେଇଁ ଏକ ମାଛ ବାହାରକୁ ଆସିବା ମାତ୍ରେ ଏହି ଯୁବକ ତୁରନ୍ତ ସେହି ଦିଗରେ ତୀରକୁ ଛାଡିଦିଏ ଏବଂ ତୀରଟି ସିଧା ଯାଇ ମାଛକୁ ଆଘାତ କରେ। କୌତୁହଳର ବିଷୟ ହେଉଛି ବାଳକଟି ତୀରରେ ଏକ ସୁଦୃଢ ସୂତା ବାନ୍ଧିଛି ଏବଂ ମାଛ ପଡ଼ିବା ମାତ୍ରେ ସେ ସୂତାକୁ ପଛକୁ ଟାଣି ନେଇ ମାଛଟିକୁ ଧରି ନେଉଛି।

ଭିଡିଓକୁ ଦେଖିଲେ ଏହା ମଧ୍ୟ ଜଣାପଡୁଛି ଯେ ଭାଇରାଲ ହେଉଥିବା ଏହି ଭିଡିଓ ପ୍ରଥମେ ଟିକଟକରେ ସେୟାର କରାଯାଇଛି। ଯେଉଁଠାରେ ଏହା ଭାଇରାଲ ହେବା ପରେ, ଅନେକ ଉପଭୋକ୍ତା ଏହାକୁ ସୋସିଆଲ ମିଡିଆର ଅନ୍ୟାନ୍ୟ ପ୍ଲାଟଫର୍ମରେ ସେୟାର କରିଛନ୍ତି। ବର୍ତ୍ତମାନ ଏହା ଇନଷ୍ଟାଗ୍ରାମରେ ଭାଇରାଲ ହେବାରେ ଲାଗିଛି।

Get real time updates directly on you device, subscribe now.