fbpx

(Video) ୯ ଦିନର ସଂଘର୍ଷ: କଲମ୍ବୋରୁ ଓଡ଼ିଶା ଫେରିଲା ଓଡ଼ିଆ ଶ୍ରମିକ କମଳାକାନ୍ତଙ୍କର ମର ଶରୀର…

Advertisement

ଧନ ତୁ ଆସି ଗଲୁ ଆଜି । କେତେ ଡେରି କରିଲୁ । ଧନରେ ତୁ ଉଠୁ । ମୋ ସହ ପଖାଳ ଗଣ୍ଡାଏ ଖାଇବୁ । ଚାରି ବର୍ଷ ହେଲାଣି ଯାଇଛୁ ଯେ ଯାଇଛୁ, ଆଜି ଫେରୁଛୁ ଘରକୁ । କହିଲୁ ଦେଖି ତୋ ମାଆ କଥା କଣ ମନେ ପଡିଲାନି । ଆଉ ଆଜି ଆସିଲୁ ତ, ପୁଣି ଡାକିଲେ ଉଠୁନୁ କାହିଁକି ଧନ । ଥରେ ହେଲେ ଉଠି ଯା ଧନ । ତୁ ଫୋନରେ କହିଥିଲୁ ବୋଉ ମୁଁ ୨୫ ତାରିଖ ଦିନ ଫେରିବି ବୋଲି ଘରକୁ । ତୋ ବାପା ଭାଇ ଭଉଣୀ ଆଉ ମୁଁ କେତେ ସବୁ ଅପେକ୍ଷା କରିଥିଲୁ କହିଲୁ । ମୋ ଧୈଯ୍ୟ ରହୁନି ଉଠି ଯା’ ଧନ । କିଛି ଏଭଳି କହି କାନ୍ଦି କାନ୍ଦି ଲୋଟିପଡ଼ୁଛି ମା’ । କାନ୍ଦିବନି ବା କେମିତି ନିଜ ରୋଜଗାରିଆ ପୁଅକୁ ହରାଇଛି ପରା ।

ଏ ଦୃଶ୍ୟ ହେଉଛି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ କୁମାର ପଡ଼ା ଗାଁର  । ଗାଁର ମାଗୁଣି ସ୍ୱାଇଁଙ୍କ ପୁଅ କମଳାକାନ୍ତ ସ୍ୱାଇଁ ଅଭାବୀ ପରିବାରର ଦୁଃଖ ଦୂର କରିବା ପାଇଁ ସୁଦୂର ଶ୍ରୀଲଙ୍କାର କଲମ୍ବୋରେ କାମ କରିବାକୁ ଯାଇଥିଲା, ଦୀର୍ଘ ଚାରି ବର୍ଷ ପରେ ପୁଅ ଚଳିତ ମାସ ୨୫ ତାରିଖରେ ଘରକୁ ଫେରିବ ବୋଲି ଫୋନରେ କହିଥିଲା । କିନ୍ତୁ ସେପ୍ଟେମ୍ବର ମାସ ୧୬ ତାରିଖରେ ଖବର ଆସିଲା ପୁଅର ମୃତ୍ୟୁ ହୋଇଯାଇଛି ।

୨୫ ରେ ଆସିବେ କହିଥିଲେ କମଳାକାନ୍ତ । କଥା ରଖିଲା, ଚାରିବର୍ଷ ପରେ ପୁଅ ସବୁଦିନ ପାଇଁ ଫେରିଲା ହେଲେ ଶବ ହୋଇ । ନା କାହା ଡାକ ଶୁଣି ପାରିବ, ନାଁ ଆଉ ଉଠି ଦେଖିବ । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.