fbpx

ମନ୍ଦିର ପାଇଁ ଜମି ଦାନ କରିଦେଲେ ଭକ୍ତ: ହିନ୍ଦୁ ନୁହେଁ ସେ…

Advertisement

ଭକ୍ତର ଭଗବାନଙ୍କ ପ୍ରତି ଥିବା ଭକ୍ତି, ଶ୍ରଦ୍ଧା ଏହାକୁ ହୁଏତ ଶବ୍ଦରେ ପରିପ୍ରକାଶ କରିବା ସମ୍ଭବ ହୋଇନପାରେ । ଭକ୍ତ ସବୁବେଳେ ନିଜ ଦୃଦୟରେ ସାଇତି ରଖିଥାଏ ନିଜ ପ୍ରଭୁଙ୍କୁ । ଆଉ ବର୍ତ୍ତମାନ ଏଭଳି ଜଣେ ଭକ୍ତଙ୍କୁ ନେଇ ଚର୍ଚ୍ଚା ହେଉଛି । ସେ ଭକ୍ତଙ୍କ ବିଷୟରେ ଜାଣିଲେ ଆପଣ ବି ହୁଏତ ଆଚମ୍ବିତ ହୋଇପାରନ୍ତି । କାରଣ ସେ ଭକ୍ତ ଜଣକ ହେଉଛନ୍ତି ଜଣେ ମୁସଲମାନ । ଆଉ ତାଙ୍କର ତ୍ୟାଗ ବିଷୟରେ ଜାଣିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ।

ଏହି ମୁସଲମାନ ବ୍ୟକ୍ତି ଜଣକ ନିଜର ଲକ୍ଷାଧିକ ଟଙ୍କାର ଜମିକୁ ଜିଲ୍ଲା ପ୍ରଶାସନକୁ ମାଗଣାରେ ଦାନ କରିଦେଇଛନ୍ତି । ପ୍ରକୃତରେ ମୁସଲମାନ ବ୍ୟକ୍ତିଜଣକ ଜିଲ୍ଲା ପ୍ରଶାସନକୁ ନିଜର ଜମି ଦାନ କରିଛନ୍ତି । ପ୍ରକୃତରେ ଏକ ଜାତୀୟ ରାଜପଥ ନିର୍ମାଣ ପାଇଁ ଯୋଜନା ରହିଛି । କିନ୍ତୁ ଏହି ରାଜପଥ ନିର୍ମାଣ ରାସ୍ତାରେ ଏକ ମନ୍ଦିର ଆସୁଥିଲା । ଆଉ ମନ୍ଦିରକୁ ସ୍ଥାନାନ୍ତର କରାଯିବାକୁ ନିଷ୍ପତ୍ତି ହୋଇଥିଲା । ଆଉ ଏହି ମୁସଲମାନ ଭକ୍ତ ଜଣକ ମନ୍ଦିର ନିଜ ଜମିକୁ ମାଗଣାରେ ଦାନ କରିଥିଳେଲ ।

ଦିଲ୍ଲୀ- ଲକ୍ଷ୍ନୌ ଏନଏଚ-୨୪ ଜାତୀୟ ରାଜପଥର ପ୍ରଶସ୍ତିକରଣ କାଚିୟାନୀ କେରା ଗ୍ରାମରେ ଥିବା ମନ୍ଦିର ଯୋଗୁଁ ପ୍ରଶସ୍ତ ହୋଇପାରୁନଥିଲା । ଏକଥା ଜାଣିବା ପରେ ବାବୁ ଅଲି ନାମକ ଜଣେ ମୁସଲମାନ ଭକ୍ତ ତାଙ୍କର ୦.୬୫ ହେକ୍ଟର ଜମି ଦେବାକୁ ରାଜି ହୋଇଥିଲେ ତାହାବି ପୁଣି ମାଗଣାରେ । ତିହାର ଡେପୁଟୀ ଜିଲ୍ଲା ମାଜିଷ୍ଟ୍ରେଟ୍ ରାଶି କ୍ରିଷ୍ଣା କହିଛନ୍ତି ଯେ ଜମି ହସ୍ତାନ୍ତର ନେଇ ସବୁ ପ୍ରକ୍ରିୟା ସରିଛି । ଏହା ସହ ସେ କହିଛନ୍ତି ଯେ ବାବୁ ଅଲ୍ଲୀଙ୍କୁ ଏଥିପାଇଁ ଭୂୟସୀ ପ୍ରଶଂସା ମଧ୍ୟ କରିଛନ୍ତି ।

Get real time updates directly on you device, subscribe now.