fbpx
BJD SKY
BJD SKY

ବଡ଼ ଅଘଟଣ: ମୁସଲିମ୍ ଯୁବକଙ୍କୁ ପିଟିପିଟି ମାରିଦେଲେ ଗୋରକ୍ଷକ, ୨ ଲକ୍ଷ ଲାଞ୍ଚ ନ ଦେବାରୁ ଆକ୍ରମଣ

BJD

ନୂଆଦିଲ୍ଲୀ: ଆସନ୍ତା ମାସରେ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ରାଜ୍ୟରେ ନିର୍ବାଚନୀ ବାତାବରଣ ସରଗରମ୍ ରହିଛି । ତେବେ ଏହା ମଧ୍ୟରେ ରାଜ୍ୟରେ ଏକ ବଡ଼ ଅଘଟଣ ଘଟିଯାଇଛି । ଜଣେ ମୁସଲିମ୍ ଯୁବକଙ୍କୁ କିଛି ଗୋରକ୍ଷକ ପିଟିପିଟି ମାରିଦେଇଥିବା ଜଣାପଡ଼ିଛି । ଏଥିସହିତ ଉକ୍ତ ଯୁବକଙ୍କ ଦୁଇ ସହଯୋଗୀଙ୍କୁ ମଧ୍ୟ ଖରାପ ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି ।

ସୂଚନା ମୁତାବକ, ରାଜ୍ୟର ରାମନଗର ଜିଲ୍ଲାରେ ଏହି ଘଟଣା ଘଟିଛି । ମୃତ ଯୁବକ ଜଣଙ୍କ ହେଉଛନ୍ତି ୩୫ ବର୍ଷୀୟ ଇଦ୍ରିସ ପାଶା । ସେ ମାଣ୍ଡ୍ୟା ଜିଲ୍ଲାର ବାସିନ୍ଦା ଅଟନ୍ତି । ତାଙ୍କର ଦୁଇ ସହଯୋଗୀ ଇରଫାନ ଓ ସୟଦ ଜହିର ବୋଲି ଜଣାପଡ଼ିଛି । ତେବେ ପୋଲିସ ଏହି ମାମଲାରେ ଗୋରକ୍ଷକ ପୁନିତ କେରେହାଲିଙ୍କ ସହିତ ୫ ଜଣଙ୍କୁ ଅଟକ ରଖିଛି । ସେମାନଙ୍କ ନାମରେ ହତ୍ୟା, ଅସଦାଚରଣ ଓ ଅପରାଧ, ଉଦ୍ଦେଶ୍ୟମୂଳକ ଅପମାନ କରିବା ନେଇ ମାମଲା ଦାୟର ହୋଇଛି ।

ତେବେ କେରେହାଲିଙ୍କ ପକ୍ଷରୁ ମଧ୍ୟ ପୋଲିସରେ ଗୋଆଇନ ଓ ଗୋ ହିଂସା ସୁରକ୍ଷା ନେଇ ମାମଲା ଦାୟର ହୋଇଛି । କେରେହାଲି ରାଷ୍ଟ୍ର ସୁରକ୍ଷା ଯବାନ ନାମରେ ଏକ ସଂସ୍ଥା ଚଳାଉଛନ୍ତି । ହିନ୍ଦୁ ମନ୍ଦିର ମେଳାରେ ମୁସଲିମ ବ୍ୟବସାୟୀ ଓ ମାଂସ ବ୍ୟାନ ନେଇ ସେ ପୂର୍ବରୁ ଅଭିଯୋଗ କରିଥିଲେ । ତେବେ ପାଶା ଓ ତାଙ୍କର ସହଯୋଗୀ ସ୍ଥାନୀୟ ମାର୍କେଟରୁ ଗାଈ ଆଣିଥିବା ନେଇ କାଗଜପତ୍ର ଦେଖାଇଥିଲେ ମଧ୍ୟ ତାଙ୍କୁ ଆକ୍ରମଣ କରାଯାଇଥିଲା ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି । ପାଶା ଓ ତାଙ୍କ ସହଯୋଗୀଙ୍କୁ ଛାଡ଼ିଦେବା ପାଇଁ ଅଭିଯୁକ୍ତମାନେ ୨ ଲକ୍ଷ ଟଙ୍କା ଦାବି କରିଥିଲେ । ମାତ୍ର ଏହାକୁ ବିରୋଧ କରିବାରୁ ସେମାନଙ୍କୁ ଅଭିଯୁକ୍ତମାନେ ପିଟିଥିଲେ । ଫଳରେ ଘଟଣାସ୍ଥଳରେ ପାଶାଙ୍କର ମୃତ୍ୟୁ ଘଟିଥିଲା ।

Get real time updates directly on you device, subscribe now.