fbpx

ମୁସଲିମ ନିକାହ କେବଳ ଏକ ଚୁକ୍ତି ଅଟେ; ହିନ୍ଦୁ ବିବାହ ପରି ସଂସ୍କାର ନାହିଁ

ନୂଆଦିଲ୍ଲୀ: ଇସଲାମିକ ବିବାହ ବ୍ୟବସ୍ଥାକୁ ନେଇ ବଡ ରାୟ ଶୁଣାଇଛନ୍ତି କର୍ଣ୍ଣାଟକ ହାଇକୋର୍ଟ । ମୁସଲିମ ବିବାହ କେବଳ ଏକ ଚୁକ୍ତି ଅଟେ ଯେତେବେଳେ କି ହିନ୍ଦୁ ବିବାହରେ ସଂସ୍କାର ରହିଛି । ବିବାହ ଶେଷ ହେବା ପରେ ଯେଉଁ ଅଧିକାର ଏବଂ ଦାୟିତ୍ୱ ରହିଥାଏ ସେଥିରୁ ଜଣେ ପଛକୁ ହଟି ପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି । ବେଙ୍ଗାଲୁରୁର ଭୁବନେଶ୍ୱରୀ ନଗରରେ ବାସ କରୁଥିବା ଏଜାଜୁର ରେହମାନଙ୍କ ଯାଚିକା ଉପରେ ବିଚାର କରି ଜଷ୍ଟିସ କୃଷ୍ଣା ଏସ୍ ଦୀକ୍ଷିତ ଏହି ରାୟ ଶୁଣାଇଛନ୍ତି । ରେହମାନ ୧୯୯୧ରେ ନିଜ ପତ୍ନୀଙ୍କୁ ତଲାକ ଦେଇଥିବା ବେଳେ ଦ୍ୱିତୀୟ ବିବାହ କରିଥିଲେ । ତେବେ କ୍ଷତିପୂରଣ ପ୍ରଦାନ କରିବାକୁ ପଛଘୁଞ୍ଚା ଦେଇଥିଲେ ଏଜାଜୁର । ବେଙ୍ଗାଲୁରୁର ଏକ ପାରିବାରିକ କୋର୍ଟ ମାସିକ ୩ ହଜାର ଟଙ୍କାର ଭରଣ ପୋଷଣ ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ଏହା ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଏଜାଜୁର ।

୫ ହଜାର ଟଙ୍କା ମେହେରରେ ଏଜାଜୁର ସାଇରା ବାନୋଙ୍କୁ ବିବାହ କରିଥିଲେ । ମାତ୍ର ବିବାହର କିଛି ମାସ ମଧ୍ୟରେ ତଲାକ ଦେବା ସହିତ ଦ୍ୱିତୀୟ ବିବାହ କରିଥିଲେ । ୨୪ ଅଗଷ୍ଟ ୨୦୦୨ରେ ବାନୋ ଭରଣପୋଷଣ ଭତ୍ତା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ନିଜର ମୃତ୍ୟୁ ଯାଏଁ କିମ୍ବା ବାନୋ ପୁର୍ନବିବାହ ନକରିବା ଯାଏଁ ମାସିକ ୩ ହଜାର ଟଙ୍କା ପ୍ରଦାନ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ବିରୋଧ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଇଥିଲା ଏଜାଜୁର । ଜଷ୍ଟିସ କୃଷ୍ଣା ଏସ୍ ଦୀକ୍ଷିତଙ୍କ ଖଣ୍ଡପୀଠ ଏଜାଜୁରଙ୍କ ଯାଚିକା ଖାରଜ କରିବା ସହିତ ୨୫ ହଜାର ଟଙ୍କାର ଜରିମାନା କରିଥିଲେ । ମୁସଲିମ ବିବାହ ସଂସ୍କାରହୀନ ହୋଇଥିବା ବେଳେ ଏହା ସମାପ୍ତ ହେବା ପରେ ସୃଷ୍ଟି ହେଉଥିବା ଦାୟିତ୍ୱ ଏବଂ ଅଧିକାରରୁ ବଞ୍ଚି ହେବ ନାହିଁ । ଏହା ସହିତ ରାୟ ଶୁଣାଇବା ସମୟରେ କୋରାନର କିଛି ପଂକ୍ତି ଶୁଣାଇଥିଲେ ବିଚାରପତି । ପୂର୍ବତନ ପତ୍ନୀର ଭରଣପୋଷଣ ଜଣେ ସଚ୍ଚା ମୁସଲମାନଙ୍କ ଦାୟିତ୍ୱ ବୋଲି ଖଣ୍ଡପୀଠ କହିଥିଲେ ।

Get real time updates directly on you device, subscribe now.