fbpx

ଭାରତୀୟ ସେନାକୁ ସଫଳତା; ଶୋପିଆନରେ ଦୁଇ ଆତଙ୍କୀ ନିପାତ

ନୂଆଦିଲ୍ଳୀ:ଜାମ୍ମୁ କାଶ୍ମୀରରେ ବୁଧବାର ଦିନ ଶୋପିଆନ୍ ଜିଲ୍ଲାରେ ଚାଲିଥିବା ଗୁଳିବିନିମୟରେ ସୁରକ୍ଷାକର୍ମୀ ଦୁଇ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି। ଏହି ଅଞ୍ଚଳରେ ପୁଲିସ୍ ଓ ସେନାର ସର୍ଚ୍ଚ ଅପରେସନ୍ ଜାରି ରହିଛି। ଜମ୍ମୁ-କଶ୍ମୀର ପୁଲିସ୍ ଏହି ସୂଚନା ଦେଇଛି। ଆତଙ୍କବାଦୀ ବିରୋଧରେ ଚାଲିଥିବା ଅଭିଯାନ ଆଧାରରେ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି। ଏଥିପାଇଁ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସୁରକ୍ଷାକର୍ମୀ ଓ ପୁଲିସ୍ ପୂରା ଆଲର୍ଟ ମଧ୍ୟ ରହିଛି। ପୁଲିସ୍ କହିଛି ଯେ ଏନକାଉଣ୍ଟରରେ ଦୁଇ ଆତଙ୍କୀଙ୍କୁ ମାରିଦିଆଯାଇଛି।

ଶୋପିଆନ୍ ଏନକାଉଣ୍ଟରରେ ନିହତ ହୋଇଥିବା ଆତଙ୍କୀଙ୍କ ମଧ୍ୟରୁ ଜଣଙ୍କର ପରିଚୟ ମିଳିଛି। ନିହତ ଆତଙ୍କୀ ଜଣକ ହେଲା ଆଦିଲ୍ ଆହ ୱାନି, ଯିଏ ୨୦୨୦ ମସିହା ଜୁଲାଇ ମାସରୁ ସକ୍ରିୟ ରହିଛି। ସେ ପୁଲୱାମାରେ ଏକ ଗରିବ ଶ୍ରମିକଙ୍କୁ ହତ୍ୟା କରିବାରେ ସାମିଲ୍ ଥିଲା। ଗତ ଦୁଇ ସପ୍ତାହ ମଧ୍ୟରେ ୧୫ ଆତଙ୍କୀଙ୍କୁ ମାରିଦିଆଯାଇଥିବା ଆଇଜିପି ଅଜୟ କୁମାର କହିଛନ୍ତି।

Get real time updates directly on you device, subscribe now.