fbpx

କଣ ଟା କରିଛ ତମେ? ଯୁବକଙ୍କ ପ୍ରଶ୍ନରେ ହିତାହିତ ଜ୍ଞାନ ହରାଇଲେ କଂଗ୍ରେସ ବିଧାୟକ; ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ: ରାଜନେତାଙ୍କୁ ସାଧାରଣ ଜନତାଙ୍କ ସେବକ କୁହାଯାଏ । ତେବେ ଜଣେ ବିଧାୟକଙ୍କୁ ପ୍ରଶ୍ନ ପଚାରି ବହେ ମାଡ ଖାଇଛନ୍ତି ଜଣେ ଯୁବକ । ସ୍ୱୟଂ ବିଧାୟକ ଯୁବକ ଜଣଙ୍କୁ ମାଡ ମାରିଥିବା ବେଳେ ପାଖରେ ଥିବା ପୋଲିସ୍ କର୍ମୀ ମଧ୍ୟ ଯୁବକ ଜଣଙ୍କୁ ମାଡ ମାରିଥିଲେ । ଏମିତି ଏକ ଅଭାବନୀୟ ଘଟଣା ପଞ୍ଜାବରେ ଦେଖିବାକୁ ମିଳିଛି । ପଠାନକୋଟର ଭୋଆ ଆସନରୁ କଂଗ୍ରେସ ବିଧାୟକ ଥିବା ଯୋଗୀନ୍ଦର ପାଲ ଜଣେ ଯୁବକଙ୍କୁ ମାଡ ମାରୁଥିବାର ଭିଡିଓଟି ବେଶ ଭାଇରାଲ ହେବାରେ ଲାଗିଛି ।

ଏକ ଜାଗରଣରେ ଯୋଗ ଦେଇଥିବା ବେଳେ ସଭାରେ ବିଧାୟକ ଭାଷଣ ଦେଉଥିଲେ । ଯୁବକ ଜଣଙ୍କ ପ୍ରଶ୍ନ କରିଥିଲେ କି ବିଗତ ୪ ବର୍ଷ ମଧ୍ୟରେ ଆପଣ କଣ କରିଛନ୍ତି ।ଏହି ପ୍ରଶ୍ନରେ ରାଗି ଯାଇଥିଲେ ପ୍ରଥମ ଥର ବିଧାୟକ ହୋଇଥିବା ଯୋଗୀନ୍ଦର । ଯୁବକଙ୍କୁ ପାଖକୁ ଡାକି ଯେଗୀନ୍ଦର ପାଲ ଶର୍ମା ମାଡ ମାରିଥିବା ବେଳେ ପାଖରେ ଥିବା ପୋଲିସ କର୍ମୀ ମଧ୍ୟ ଯୁବକ ଜଣଙ୍କୁ ମାଡ ମାରିଥିଲେ । ଦେଖନ୍ତୁ ଭାଇରାଲ ଭିଡିଓ…..

Get real time updates directly on you device, subscribe now.