fbpx

କୋରାନ ଜଳାଇଥିଲେ ମୁସଲିମ୍ ମହିଳା, ପାକିସ୍ତାନ କୋର୍ଟ ଦେଲେ ଏପରି ସଜା

ଲାହୋର: ପାକିସ୍ତାନର ଜଣେ ମୁସଲିମ୍ ମହିଳା କୋରାନ ଜଳାଇ ପୁରା ଦେଶରେ ନିଆଁ ଲଗାଇ ଦେଇଥିଲେ । ଏହି ମାମଲାରେ ପାକିସ୍ତାନ ଅଦାଲତ ମୁସଲିମ୍ ମହିଳାଙ୍କୁ ଇସଲାମର ପବିତ୍ର ଗ୍ରନ୍ଥ ଜଳାଇବା ମାମଲାରେ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ପାକିସ୍ତାନର ଇଶନିନ୍ଦା ଆଇନ ଜରିଆରେ ଧର୍ମ କିମ୍ବା ଧାର୍ମିକ ବ୍ୟକ୍ତିଙ୍କ ଅପମାନ କରିଥିବା ବ୍ୟକ୍ତିଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରାଯାଇପାରେ । ତେବେ ପାକିସ୍ତାନୀ ଅଧିକାରୀମାନେ ଏ ପର୍ଯ୍ୟନ୍ତ ଇଶନିନ୍ଦା ପାଇଁ କାହାକୁ ମୃତ୍ୟୁଦଣ୍ଡ ଦେଇନାହାନ୍ତି ।

ଆସିଆ ବିବି ନାମକ ଜଣେ ମହିଳାଙ୍କୁ ୨୦୨୧ରେ ଇଶନିନ୍ଦା ଅଭିଯୋଗରେ ଗିରଫ କରାଯାଇଥିଲା । ଏହି ସମୟରେ ମହିଳାଙ୍କ ବିରୁଦ୍ଧରେ ଦାବୀ ହୋଇଥିଲା କି ସେ ପବିତ୍ର କୋରାନର ପୃଷ୍ଠା ଜଳାଇଥିଲେ । କିନ୍ତୁ ତାଙ୍କ ବିରୁଦ୍ଧରେ ମାମଲା ଚାଲିଥିବା ସମୟରେ ସେ ଏପରି ଅଭିଯୋଗକୁ ମାନି ନ ଥିଲେ । ତେବେ ଆସିଆ ବିବିଙ୍କର ଏହି ମାମଲାରେ ଆବେଦନ କରିବାର ଅଧିକାର ବି ରହିଛି ।

ପୂର୍ବରୁ ପାକିସ୍ତାନରେ ଇସାଇ ସମୁଦାୟର ଅନ୍ୟ ଜଣେ ମହିଳାଙ୍କୁ ମଧ୍ୟ ଇଶନିନ୍ଦା ଆଇନର ଉଲଙ୍ଘନ କରିଥିବା ଅଭିଯୋଗରେ ୮ ବର୍ଷ ତଳେ ମୃତ୍ୟୁଦଣ୍ଡ ଶୁଣାଯାଇଥିଲା । କିନ୍ତୁ ୨୦୧୯ରେ ତାଙ୍କୁ ମୁକ୍ତ କରି ଦିଆଯାଇଥିଲା । କିନ୍ତୁ ତାଙ୍କ ମୁକ୍ତି ପରେ ଇସଲାମ ଚରମପନ୍ଥୀଙ୍କ ଠାରୁ ତାଙ୍କୁ ହତ୍ୟା ଧମକ ମିଳିଥିଲା । ଫଳରେ ସେ ଦେଶ ଛାଡି କାନାଡା ଚାଲିଯାଇଥିଲେ । ତେବେ ଘରୋଇ ଓ ଅନ୍ତଃରାଷ୍ଟ୍ରୀୟ ମାନବାଧିକାର ସଂଗଠନ ଯୁକ୍ତି କରିଛନ୍ତି କି ଏହି ଇଶନନ୍ଦା ଅଭିଯୋଗର ଉପଯୋଗ ବିଶେଷ ଭାବରେ ଧାର୍ମିକ ଅଳ୍ପସଂଖ୍ୟକଙ୍କୁ ଭୟଭୀତ କରିବାକୁ କରାଯାଉଛି ।

Get real time updates directly on you device, subscribe now.