fbpx

ଭୁବନେଶ୍ୱର କିଟ୍ ଛକରେ ବଡ଼ ଅଗ୍ନିକାଣ୍ଡ, ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁ ଲିଭା ଉଦ୍ୟମ ଜାରି

ଓଡ଼ିଶା ଭାସ୍କର: ରାଜଧାନୀ ଭୁବନେଶ୍ୱର କିଟ୍ ଛକରେ ବଡ଼ ଅଗ୍ନିକାଣ୍ଡ। ଉକ୍ତ ଛକସ୍ଥିତ ଏକ କର୍ପୋରେଟ ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟିଛି। ତେବେ ବିଲ୍ଡିଂର ଚତୃର୍ଥ ମହଲାରେ ଏହି ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ସେପଟେ ବିଲ୍ଡିଂରେ କିଛି ବ୍ୟକ୍ତି ଫସି ରହିଥିବା ଅନୁମାନ କରାଯାଉଛି। ଅନ୍ୟପଟେ ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁ ଲିଭା ଉଦ୍ୟମ ଜାରି ରହିଛି। କିନ୍ତୁ କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଲା ଓ ବିଲ୍ଡିଂରେ କେତେ ଜଣ ଲୋକ ଫସି ରହିଛନ୍ତି, ସେନେଇ କୌଣସି ସୂଚନା ସାମ୍ନାକୁ ଆସିପାରି ନାହିଁ।

Get real time updates directly on you device, subscribe now.