fbpx
BJD SKY
BJD SKY

ମାର୍ଚ୍ଚ ୨୩ରେ ଏସବିଆଇର ଇଣ୍ଟରନେଟ ବ୍ୟାଙ୍କିଂ ଓ ମୋବାଇଲ ଆପ୍ ସେବା ବ୍ୟାହତ ହେବ: ବ୍ୟାଙ୍କ ଜାରି କଲା ସୂଚନା

BJD

ନୂଆଦିଲ୍ଲୀ: ଏସବିଆଇର ୪୪ କୋଟି ଗ୍ରାହକଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଆସନ୍ତାକାଲି ଅର୍ଥାତ ମାର୍ଚ୍ଚ ୨୩ ତାରିଖରେ ଏସବିଆଇର ସମସ୍ତ ଇଣ୍ଟରନେଟ ସେବା ବ୍ୟାହତ ହେବ । ଏ ବାବଦରେ ଏସବିଆଇର ଅଫିସିଆଲ ୱେବସାଇଟରେ ସୂଚନା ଜାରି କରାଯାଇଛି । ଆସନ୍ତାକାଲି ଇଣ୍ଟରନେଟ ବ୍ୟାଙ୍କିଂ ଆପ୍ଲିକେସନ, ୟୋନୋ, ୟୋନୋ ଲାଇଟ, ୟୋନୋ ବିଜିନେସ ଆଦି ସେବାକୁ ଗ୍ରାହକମାନେ ଠିକରେ ବ୍ୟବହାର କରିପାରିବେ ନାହିଁ । ଗ୍ରାହକ ଶିଡ୍ୟୁଲ ଆକ୍ଟିଭିଟି କାରଣରୁ ଗ୍ରାହକମାନେ ଆସନ୍ତାକାଲି ୧ ଘଣ୍ଟା ପାଇଁ ଏଭଳି ସମସ୍ୟାର ସମ୍ମୁଖୀନ ହେବେ ।

ଏସବିଆଇ ୱେବସାଇଟ ମୁତାବକ, ମାର୍ଚ୍ଚ ୨୩ ଦିନ ଗ୍ରାହକଙ୍କ ପାଇଁ ଇଣ୍ଟନେଟ ଆପ୍ଲିକେସନ, ୟୋନୋ, ୟୋନୋ ଲାଇଟ୍, ୟୋନୋ ବିଜିନେସ ୱେବ ସମେତ ସମସ୍ତ ଆପ୍ ଏକ ଘଣ୍ଟା ପାଇଁ ଡାଉନ୍ ରହିବ । ଏଥିସହିତ ଗ୍ରାହକମାନେ ଇଣ୍ଟରନେଟ ବ୍ୟାଙ୍କିଂ ମଧ୍ୟ ବ୍ୟବହାର କରିପାରିବେ ନାହିଁ । ଇଣ୍ଟରନେଟ ସେବା ଶିଡ୍ୟୁଲ ଆକ୍ଟିଭିଟି କାରଣରୁ ସକାଳ ୧.୧୦ ଠାରୁ ୨.୧୦ ପର୍ଯ୍ୟନ୍ତ ଏଭଳି ସମସ୍ୟା ଦେଖିବାକୁ ମିଳିବ । ତେବେ ବେସିକ ସର୍ଭିସ ପାଇଁ ଗ୍ରାହକମାନେ ହ୍ୱାଟସଆପ ବ୍ୟାଙ୍କିଂ ସେବାର ଫାଇଦା ଉଠାଇ ପାରିବେ । ଏଥିସହିତ ଆପଣମାନେ ବ୍ୟାଙ୍କ ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ଏସବିଆଇର ଟୋଲ ଫ୍ରି ନମ୍ବରରେ ମଧ୍ୟ କଲ୍ କରିପାରିବେ ।

ଏସବିଆଇ ଲିଙ୍କ: https://sbi.co.in/documents/136/1364568/210324-Non+availability+of+few+digital+channels+on+23.03.2024.pdf/ddc58003-37f2-49f1-fbc8-d0236384baf2?t=1711026370490

Get real time updates directly on you device, subscribe now.