fbpx
BSKY
BJD MC SKY
BJD YOUTH SKY

ଚିକିତ୍ସା ସମୟରେ ଡାକ୍ତରଙ୍କ ଅବହେଳା, ଛାତ୍ରଙ୍କ ଗୋଡ ଭିତରେ ଛାଡିଦେଲେ ଛୁଞ୍ଚି, ଏବେ ପଚିବାକୁ ଲାଗିଲାଣି ଗୋଡ

ମୁଜାଫରପୁର: ବିହାର ମୁଜାଫରପୁର ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗର ବଡ ଅବହେଳାର ଚିତ୍ର ସାମ୍ନାକୁ ଆସିଛି । ଏଠାରେ ଗଛ ଭାଙ୍ଗିପଡିବାରୁ ଜଣେ ଆହତ ସ୍କୁଲ ଛାତ୍ରର ଚିକତ୍ସା ସମୟରେ ଚିକିତ୍ସକ ଡ୍ରେସିଂ କରିବା ସମୟରେ ଶିଶୁର ଗୋଡରେ ଛୁଞ୍ଚି ଛାଡି ଦେଇଥିଲେ । ଏହାପରେ ଛାତ୍ରର ଗୋଡରେ ଯନ୍ତ୍ରଣା ବଢିବାରେ ଲାଗିଲା ଓ ଧୀରେ ଧୀରେ ତା’ର ଗୋଡ ପଚିବା ଆରମ୍ଭ କଲା । ଛାତ୍ରର ପରିବାର ଏବେ ତାକୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ।

ଏଠାରେ ସୂଚାଇ ଦିଆଯାଇପାରେ କି ଗତ ନଭେମ୍ବର ମାସରେ ମୁଜାଫରପୁର ଜିଲ୍ଲାରେ ଏକ ସରକାରୀ ସ୍କୁଲରେ ଏକ ଗଛ ଭାଙ୍ଗି ପଡିବାରୁ ବହୁ ଛାତ୍ର ଆହତ ହୋଇଥିଲେ । ଏହି ସମସ୍ତ ଆହତ ପିଲାଙ୍କ ଚିକିତ୍ସା ଲାଗି ନିିକଟବର୍ତ୍ତୀ ଏସକେଏମସିଏଚ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହି ସମୟରେ ଜଣେ ଆହତ ଛାତ୍ର ମୋ ଶାହନବାଜର ଡ୍ରେସିଂ ସମୟରେ ଚିକିତ୍ସକ ଏକ ଛୁଞ୍ଚି ତା’ ଗୋଡରେ ଛାଡି ଦେଇ ତା ଉପରେ ପ୍ଲାଷ୍ଟର କରି ଦେଇଥିଲେ । ଏହାଦ୍ୱାରା ପିଲାର ଅବସ୍ଥା ଅଧିକ ଖରାପ ହୋଇଯାଇଥିଲା ।

ପରିବାର ଲୋକେ ଛାତ୍ରକୁ ପାଟନା ମେଡିକାଲରେ ଦେଖାଇଥିଲେ । କିନ୍ତୁ ସେଠାରେ କୌଣସି ସହଯୋଗ ନ ମିଳିବାରୁ ଏବେ ତାକୁ ମୁଜାଫରପୁରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଠାରେ ଏକ୍ସରେ ହେବା ପରେ ତା ଗୋଡରେ ଛୁଞ୍ଚି ଥିବା ଜଣାପଡିଛି । ଏବେ ଛାତ୍ରର ଚିକିତ୍ସା ଚାଲିଛି ।

Get real time updates directly on you device, subscribe now.