fbpx

ନୂଆ ବର୍ଷର ପ୍ରଥମ ଚନ୍ଦ୍ର-ଦର୍ଶନ ଆଜି: ଏପରି କରନ୍ତୁ ପୂଜା, ବର୍ଷିବ ଲକ୍ଷ୍ମୀଙ୍କ କୃପା

ନୂଆ ବର୍ଷରେ ପ୍ରଥମ ଚନ୍ଦ୍ର ଦର୍ଶନ ହେବାକୁ ଯାଉଛି । ତେବେ ଏହା ପୌଷ ମାସ ଅମାବାସ୍ୟା ପରଦିନ ଅର୍ଥାତ ପୌଷମାସ ଶୁକ୍ଳ ପକ୍ଷର ପ୍ରତିପଦ ତିଥିରେ ହେବାକୁ ଯାଉଛି । ତେବେ ଏହା ନୂଆ ବର୍ଷର ପ୍ରଥମ ଚନ୍ଦ୍ରଦର୍ଶନ ହେବାକୁ ଯାଉଛି । ତେବେ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ପୌଷ ମାସର ପ୍ରଥମ ନ୍ଦ୍ର ଦର୍ଶନ କରିବା ଅତ୍ୟନ୍ତ ଶୁଭ ହୋଇଥାଏ । ଚନ୍ଦ୍ରଙ୍କୁ ମନର କାରକ ବୋଲି ବିବେଚନା କରାଯାଇଥାଏ । ତାଙ୍କର ପୂଜା କରିବା ଦ୍ୱାରା ପରିବାରରେ ସୁଖ ଏବଂ ସମୃଦ୍ଧି ଆସିଥାଏ । ଏହା ସହିତ ଆପଣଙ୍କ କୁଣ୍ଡଳୀରେ ଚନ୍ଦ୍ର ଦୋଷ ଥିଲେ ମଧ୍ୟ ଏହା ତାହାକୁ ଦୂର କରିବାରେ ସାହାଯ୍ୟ କରିଥାଏ ।

ତେବେ ଆସନ୍ତୁ ଜାଣିବା ନୂତନ ବର୍ଷର ଏହି ପ୍ରଥମ ଚନ୍ଦ୍ରଦର୍ଶନ କେବେ? ଚନ୍ଦ୍ର ଦର୍ଶନର ଶୁଭ ସମୟ କେତେବେଳେ ରହିଛି ଏବଂ ଚନ୍ଦ୍ରମାର ପୂଜା ବିଧି ଏବଂ ମହତ୍ତ୍ୱ କ’ଣ ରହିଛି?

ବୈଦିକ ପଞ୍ଚାଙ୍ଗ ଅନୁସାରେ ନୂଆ ବର୍ଷ ୨୦୨୪ରେ ପ୍ରଥମ ଚନ୍ଦ୍ର ଦର୍ଶନ ଆଜି ଅର୍ଥାତ ଜାନୁଆରୀ ୧୨ ତାରିଖରେ ହେବ । ଏହି ଦିନ ପୌଷ ଶୁକ୍ଳ ପ୍ରତିପଦ ତିଥି ଦ୍ୱିପ୍ରହର ୦୨ ଟା ରୁ ଆରମ୍ଭ କରି ୨୩ ମିନିଟ ପର୍ଯ୍ୟନ୍ତ ରହିଛି । ତେବେ ଆଜିର ଦିନ ମାତ ଲକ୍ଷ୍ମୀଙ୍କର ପୂଜା ପାଇଁ ଶ୍ରେଷ୍ଠ ରହିଛି । ଚନ୍ଦ୍ର ଦର୍ଶନ ପରେ ମା’ ଲକ୍ଷ୍ମୀଙ୍କର ପୂଜା କରିବା ଦ୍ୱାରା ଆପଣଙ୍କୁ ଧନ ସମ୍ପତ୍ତି ପ୍ରାପ୍ତ ହେବ ।

ଶୁଭ ସମୟ- ୧୨ ଜାନୁଆରୀ ଚନ୍ଦ୍ର ଦର୍ଶନ ପାଇଁ ସନ୍ଧ୍ୟା ୫ଟା ୪୩ ମିନିଟରୁ ଆରମ୍ଭ କରି ୬ଟା ୩୫ ମିନିଟ ପର୍ଯ୍ୟନ୍ତ ଶୁଭ ସମୟ ରହିଛି । ତେବେ ପ୍ରତିପଦରେ ଚନ୍ଦ୍ରୋଦୟ ସକାଳେ ହିଁ ହୋଇଯାଇଥାଏ ଅର୍ଥାତ ଆଜି ସକାଳ ୮ଟା ୮ ମିନିଟରେ ଚନ୍ଦ୍ରୋଦୟ ହୋଇଛି । ବର୍ଷର ପ୍ରଥମ ଚନ୍ଦ୍ରଦର୍ଶନ ସମୟରେ ସିଦ୍ଧିଯୋଗର ନିର୍ମାଣ ହେଉଛି । ତେଣୁ ଏହି ଦିନ ସ୍ୱାର୍ଥ ସିଦ୍ଧି ଯୋଗ ଦ୍ୱିପ୍ରହର ୩.୧୮ ସମୟରୁ ଆରମ୍ଭ କରି ପରଦିନ ଅର୍ଥାତ ୧୩ ଜାନୁଆରୀ ସକାଳ ୭ ଟା ୧୫ ପର୍ଯ୍ୟନ୍ତ ରହିଛି ।

ସନ୍ଧ୍ୟା ସମୟରେ ଶୁଭ ମୁହୂର୍ତ୍ତକୁ ଆଖି ଆଗରେ ରଖି ଚନ୍ଦ୍ରମା ପୂଜା କରିବେ । ଚନ୍ଦ୍ରଦେବଙ୍କର ଧଳା ଚନ୍ଦନ, ଧଳା ଫୁଲ, ଅକ୍ଷତ,ଅରୁଆ ଚାଉଳ, ଧୂପ, ଦୀପ ଆଦି ଦେଇ ପୂଜା କରନ୍ତୁ ।

– ଚନ୍ଦ୍ରମା ଦର୍ଶନ କଲେ ମନରୁ ବିକାର ଦୂର ହୋଇଥାଏ ।

– ଚନ୍ଦ୍ରଦର୍ଶନ କରିବା ଦ୍ୱାରା ଜୀବନରେ ସୁଖ ଶାନ୍ତି ଆସିଥାଏ ।

– ଚନ୍ଦ୍ରମା ପୂଚା ସମୟରେ କ୍ଷୀର ଏବଂ ଜଳରେ ଅର୍ଘ୍ୟ ଦେବା ଦ୍ୱାରା ଚନ୍ଦ୍ର ଦୋଷ ଦୂର ହୋଇଥାଏ ।

Get real time updates directly on you device, subscribe now.