fbpx

କୃଷକଙ୍କ ପାଇଁ ଖୁସି ଖବର! ଆସନ୍ତା ସୋମବାରରୁ ପ୍ରତି ଗାଁରେ ପହଞ୍ଚିବ ଏହି ସୁବିଧା

ନୂଆଦିଲ୍ଲୀ: ସମଗ୍ର ଦେଶର କୃଷକ ଭାଇମାନଙ୍କ ପାଇଁ ଏକ ବଡ଼ ଖୁସି ଖବର ସାମନାକୁ ଆସିଛି । ଆସନ୍ତା ସପ୍ତାହରୁ ଦେଶର ପ୍ରତିଟି ଗାଁରେ ଏକ ବଡ଼ ସୁବିଧା ଉପଲବ୍ଧ ହୋଇପାରିବ । ଯାହା ଚାଷୀକୂଳକୁ ଅନେକ ସମସ୍ୟାରୁ ସମାଧାନ କରିବ ବୋଲି ଆଶା କରାଯାଉଛି । ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ତରଫରୁ ଆସନ୍ତା ସପ୍ତାହରୁ ପଞ୍ଚାୟତ ସ୍ତରରେ ପାଣିପାଗର ପୂର୍ବାନୁମାନ ଜାରି କରିବ । ଏ ନେଇ ପାଣିପାଗ ବିଭାଗ ମୁଖ୍ୟ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଜାରି କରିଛନ୍ତି ।

ଭାରତର ଟେକନୋଲୋଜୀ ଡେଭଲପମେଣ୍ଟ ପାଣିପାଗର ପୂର୍ବ ସୂଚନା ବ୍ଲକରୁ ପଞ୍ଚାୟତ ସ୍ତରରେ ପହଞ୍ଚାଇବା ସମ୍ଭବ କରାଇଛି । ପଞ୍ଚାୟତ ମୌସୂମୀ ସେବା ଜରିଆରେ ଦେଶର ପ୍ରତ୍ୟେକ ଗ୍ରାମରେ ଅତିକମରେ ୫ ଜଣ କୃଷକଙ୍କୁ ଖରାପ ପାଣିପାଗ ବିଷୟରେ ପୂର୍ବ ଚେତାବନୀ ଜାରି କରାଇବା ହେଉଛି ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ । ଏହି ସୂଚନାରେ ସର୍ବାଧିକ ତଥା ସର୍ବନିମ୍ନ ତାପମାତ୍ରା ସହିତ ଆର୍ଦ୍ରତା ଏବଂ ପବନର ବେଗ ଇତ୍ୟାଦି ସମ୍ପର୍କରେ ସୂଚନା ଦିଆ ଯାଇପାରିବ । ତେବେ ଇଂରାଜୀ ଏବଂ ହିନ୍ଦୀ ବ୍ୟତୀତ ମୋଟ ୧୨ଟି ଭାରତୀୟ ଭାଷାରେ ଏହି ସୂଚନା ପ୍ରଦାନ କରାଯିବ ବୋଲି କହିଛନ୍ତି ପାଣିପାଗ ବିଭାଗ ମୁଖ୍ୟ ମୃତ୍ୟୁଞ୍ଜୟ ମହାପାତ୍ର ।

ଆସନ୍ତା ସୋମବାରରୁ ପଞ୍ଚାୟତ ମୌସୂମୀ ସେବା ଆରମ୍ଭ କରିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ବିଭାଗର ମୁଖ୍ୟ କହିଛନ୍ତି ଯେ, ମୌସୂମୀ ବିଭାଗ ବର୍ତ୍ତମାନ କୃଷି ସମ୍ବନ୍ଧୀୟ ପାଣିପାଗ ସୂଚନା ଏବଂ ପୂର୍ବାନୁମାନ ବ୍ଲକ ସ୍ତରରେ ପ୍ରସାର କରିବା ପାଇଁ ସାହାଯ୍ୟ କରିବ । ଦେଶର ଯେକୌଣସି ସ୍ତାନରେ ଥିବା ବ୍ୟକ୍ତି ନିଜ ମୋବାଇଲରେ ପାଣିପାଗ ସମ୍ବନ୍ଧୀୟପୂର୍ବ ସୂଚନା ପାଇପାରିବେ । ଆସନ୍ତା ୭ ଦିନରପାଣିପାଗ ପୂର୍ବାନୁମାନ ଗାଣିବା ପାଇଁ ନିଜ ମୋବାଇଲ ଫୋନ୍ ସ୍କ୍ରିନକୁ ଟଚ୍ କରନ୍ତୁ ବା ସେହି ସ୍ଥାନର ପିନ୍ କୋଡ ଟାଇପ୍ କରନ୍ତୁ । ସର୍ବାଧିକ ତଥା ସର୍ବନିମ୍ନ ତାପମାତ୍ରା, ଆର୍ଦ୍ରତା ଏବଂ ପବନର ବେଗ ଇତ୍ୟାଦି ସମ୍ପର୍କରେ ସମସ୍ତ ସୂଚନା ଦେବା ସହ ଏହା ଖରାପ ପାଣିପାଗ ବିଷୟରେ ମଧ୍ୟ ପୂର୍ବ ସଂକେତ ଦେଇପାରିବ ।

ବର୍ଷାଜଳ ଅଞ୍ଚଳରେ କୃଷି ଉପରେ ନିର୍ଭରଶୀଳ କ୍ଷୁଦ୍ର ଚାଷୀଙ୍କ ସମ୍ମୁଖୀନ ହେଉଥିବା କ୍ଷତି ହ୍ରାସ କରିବାକୁ ମୌସୂମୀ କାର୍ଯ୍ୟାଳୟ ପ୍ରାଥମିକତା ଦେଉଛି । ମହାପାତ୍ର କହିଛନ୍ତି ଯେ ବର୍ଷାଜଳ ସିଞ୍ଚିତ ଅଞ୍ଚଳରେ ଯଦି କ୍ଷୁଦ୍ର ଚାଷୀମାନେ ପାଣିପାଗର ପୂର୍ବାନୁମାନକୁ ଦୃଷ୍ଟିରେ ରଖି କୃଷି କାର୍ୟ୍ୟ କରିପାରିଲେ ସେମାନଙ୍କୁ ପ୍ରାୟ ୧୨,୫୦୦ ଟଙ୍କା ଲାଭ ମିଳିପାରିବ । ସେ କହିଛନ୍ତି, ‘ଆମେ ୩ କୋଟି ଚାଷୀଙ୍କ ନିକଟରେ ପହଞ୍ଚିଛୁ ଏବଂ ସେମାନଙ୍କ ନିକଟରେ ୧୩,୩୦୦ କୋଟି ଟଙ୍କାର ଲାଭ ପ୍ରଦାନ କରାଯାଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.