fbpx

‘ମୋ ମା’ ଦେଖିବାକୁ ଆସିଛନ୍ତି, ଶତକ ହାସଲ କର ବିରାଟ…’ ୱେଷ୍ଟଇଣ୍ଡିଜ ଖେଳାଳି କଲେ ଗୁହାରୀ

Advertisement

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଦମଦାର ଖେଳ ଜାରି ରଖିଛି ଟିମ ଇଣ୍ଡିଆ । ରୋହିତ-ଜଏସ୍ୱାଲଙ୍କ ଶତକୀୟ ପାଳି ପରେ ବିରାଟ କୋହଲି ଚମତ୍କାର ବ୍ୟାଟିଂ ଜାରି ରଖିଛନ୍ତି । ନିଜ କ୍ରିକେଟ କ୍ୟାରିୟରର ୫୦୦ତମ ଅନ୍ତରାଷ୍ଟ୍ରୀୟ ମ୍ୟାଚରେ ସେ ଅର୍ଦ୍ଧଶତକ ପୂରଣ କରି ସାରିଥିବା ବେଳେ ବର୍ତ୍ତମାନ ଶତକ ଅଭିମୁଖେ ପାଦ ବଢାଇଛନ୍ତି ବିରାଟ । ତେବେ ଏହି ମ୍ୟାଚ ପୂର୍ବରୁ ୱେଷ୍ଟଇଣ୍ଡିଜର ଜଣେ ଷ୍ଟାର ପ୍ଲେୟର ବିରାଟଙ୍କ ପାଖରେ ଗୁହାରୀ କରିଛନ୍ତି । କୋହଲିଙ୍କୁ ତାଙ୍କ ଦଳ ବିପକ୍ଷରେ ହିଁ ଶତକ ହାସଲ କରିବା ପାଇଁ କହିଛନ୍ତି ୱେଷ୍ଟଇଣ୍ଡିଜର ୱିକେଟ କିପର ଜୋସୁଆ ଦା ସିଲଭା ।

ସିଲଭା ବିରାଟଙ୍କୁ କହିଛନ୍ତି ଯେ, ମୋ ମା’ କେବଳ ବିରାଟ କୋହଲିଙ୍କୁ ଦେଖିବାକୁ ଆସିଛନ୍ତି । ଏ କଥା ମୋତେ ନିଜକୁ ମଧ୍ୟ ବିଶ୍ୱାସ ହୋଇ ନଥିଲା । ଏହାପରେ ସେ କହିଛନ୍ତି ଯେ, ବିରାଟ… ମୁଁ ଚାହୁଁଛି ତୁମେ ଶତକ ପୂରଣ କରି ନିଅ” । ସିଲଭାଙ୍କର ଏହି ସମସ୍ତ କଥା ଷ୍ଟମ୍ପ ମାଇକରେ ରେକର୍ଡ ହୋଇଯାଇଛି । ବିରାଟ କୋହଲିଙ୍କୁ ଦେଖିବାକୁ ଆସିଥିବା ସିଲଭାଙ୍କ ମା’ କୋହଲିଙ୍କ ଶତକରେ ଖୁସି ହୋଇଯିବେ । ସେଥିପାଇଁ ୱେଷ୍ଟଇଣ୍ଡିଜର ଖେଳାଳି ହୋଇ ମଧ୍ୟ ନିଜ ଦଳ ବିପକ୍ଷରେ ଶତକ ଅର୍ଜନ କରିବାକୁ ଅନୁରୋଧ କରିଛନ୍ତି ।

ସୂଚନା ଥାଉ କି, ବିରାଟ କୋହଲି ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ନିଜ ଅନ୍ତର୍ଜାତୀୟ କ୍ରିକେଟର ୫୦୦ତମ ମ୍ୟାଚ ଖେଳୁଛନ୍ତି । ଏହାବ୍ୟତୀତ ଏହି ମ୍ୟାଚ ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ୧୦୦ତମ ଟେଷ୍ଟ ମ୍ୟାଚ । ଏବେ ପର୍ଯ୍ୟନ୍ତ ବିରାଟ କୋହଲି ଅର୍ଦ୍ଧଶତକ ହାସଲ କରି ସାରିଥିବା ବେଳେ ୨୯ତମ ଶତକରୁ ମାତ୍ର ୧୩ ରନ୍ ଦୂରରେ ରହିଛନ୍ତି । ଜୋସୁଆ ଦା ସିଲଭାଙ୍କ ସହିତ ଭାରତର ସମସ୍ତ କ୍ରୀଡାପ୍ରେମୀ ମଧ୍ୟ ବିରାଟଙ୍କ ବ୍ୟାଟରୁ ଶତକକୁ ଅପେକ୍ଷା କରିଛନ୍ତି । ତେବେ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭାରତ ୪ ୱିକେଟ ବିନିମୟରେ ୨୮୮ ରନ୍ ସଂଗ୍ରହ କରିଛି ।

Get real time updates directly on you device, subscribe now.