fbpx

‘ମୋ ପତ୍ନୀ ମହିଳା ନୁହେଁ’: ସ୍ତ୍ରୀଙ୍କ ବିରୋଧରେ ଠକାମୀ ଅଭିଯୋଗ ଆଣି ସୁପ୍ରିମକୋର୍ଟ ଗଲେ ସ୍ୱାମୀ…

ଭୋପାଳ: ମଧ୍ୟପ୍ରଦେଶ ଗ୍ୱାଲିୟରର ଜଣେ ଯୁବକ ବୁଝାମଣାକୁ ନେଇ ଏବେ ସୁପ୍ରମକୋର୍ଟଙ୍କ ଶରଣ ନେବାକୁ ପଡ଼ିଥିଲା । ଯୁବକଙ୍କ କହିବା ଅନୂଯାୟୀ ତାଙ୍କ ପତ୍ନୀ ମହିଳା ନୁହେଁ ପୁରୁଷ । ଯେତେବେଳେକି ମହିଳା ନିଜ ଶପଥ ପତ୍ରରେ କହିଛନ୍ତି ଯେ ତାଙ୍କୁ ହର୍ମୋନ୍ ଅନ୍ତୁଳନର ସମସ୍ୟା ରହିଛି କିନ୍ତୁ ସେ ଜଣେ ମହିଳା । ଯୁବକଙ୍କ ଏକ ଅଭିଯୋଗର ଶୁଣାଣି କରି ପରିବାର କୋର୍ଟ ଏହି ବିବାହକୁ ପୂର୍ବରୁ ଅମାନ୍ୟ କରିଥିଲେ । ପତି-ପତ୍ନୀଙ୍କ ଏହି ବିବାଦରେ ଯୁବତୀ ଏବଂ ତାଙ୍କ ବାପାଙ୍କ ବିରୋଧରେ ଠକେଇ ମାମଲା ରୁଜୁ କରିବା ପାଇଁ ଆଦେଶ ଦିଆଯାଇଥଲା । କିନ୍ତୁ ହାଇକୋର୍ଟ ଏହାକୁ ନିରସ୍ତ୍ର କରିଦେଇଥିଲେ । ଏବେ ଏହି ବିବାହ ମାଲା ସୁପ୍ରିମକୋର୍ଟରେ ପହଞ୍ଚିଛି । ଯାଚିକା ସ୍ୱାମୀଙ୍କ ପକ୍ଷରୁ ଦାୟର କରାଯାଇଛି । ଏଥିରେ ତାଙ୍କ ପତ୍ନୀଙ୍କୁ ମହିଳା ନହୋଇ ପରୁଷ ହେବାନେଇ ଅଭିଯୋଗ ଲଗାଯାଇଛି ।

ସ୍ୱାମୀ କୋର୍ଟରେ ଦାବି କରିଛନ୍ତି ଯେ ପୂର୍ବ ପତ୍ନୀଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରାଯାଉ । ସେପଟେ ମହିଳା ସୁପ୍ରିମକୋର୍ଟରେ ନିଜ ଉତ୍ତରରେ କହିଛନ୍ତି ଯେ ତାଙ୍କର ପୁରୁଷ ହେବା କଥା ବେଇମାନୀ । ତାଙ୍କୁ ହର୍ମୋନ ସମନ୍ଧୀୟ କିଛି ସମସ୍ୟା ରହିଛି ଯାହାର ଚିକିତ୍ସା କରାଯାଇଥିଲା । ସେ ତାଙ୍କ ସ୍ୱାମୀଙ୍କୁ ଧୋକା ଦେଇନାହାଁନ୍ତି । ସୂଚନାଯୋଗ୍ୟ, ଗ୍ୱାଲିୟରର ଯୁବକଙ୍କ ବିବାହ ୧୩ ଜୁଲାଇ ୨୦୧୬ରେ ମୁରେନାର ଜଣେ ମହିଳାଙ୍କ ସହ ବିବାହ ହୋଇଥିଲା । ବିବାହ ପରେ ଯୁବତୀ ଜଣକ ସ୍ୱାମୀଙ୍କୁ ଶାରୀରିକ ସମ୍ବନ୍ଧ ରଖିବାକୁ ଦେଇନଥିଲେ ।

ଯାହାକୁ ନେଇ ସ୍ୱାମୀ ଜଣକ ନାରାଜ ହୋଇଥିଲେ ଏବଂ ମେଡିକାଲ ଯାଞ୍ଚ କରାଇଥିଲେ । ସ୍ୱାମୀଙ୍କ କହିବା ଅନୂଯାୟୀ  ମେଡିକାଲ ଯାଞ୍ଚ ପରେ ଜଣାପଡ଼ିଥିଲା ଯେ ଯୁବତୀ ମହିଳା ନୁହେଁ ବରଂ ପୁରୁଷ । ଏହାପରେ ଯୁବକ ହାଇକୋର୍ଟରେ ପହଞ୍ଚିଥିଲେ । ଫ୍ୟାମିଲି କୋର୍ଟ ଚଳିତ ବର୍ଷ ୧୪ ଜାନୁଆରୀରେ ବିବାହକୁ ଅମାନ୍ୟ କରିଥିଲେ ।

Get real time updates directly on you device, subscribe now.