fbpx

ଏହା ହେଉଛି ଦିବ୍ୟା ଭାରତୀଙ୍କ ରାଜ୍, ରହସ୍ୟମୟ ଭାବେ ହୋଇଥିଲା ମୃତ୍ୟୁ

୧୯ ବର୍ଷ ବୟସରଙ୍କ ବଲିଉଡରେ ପାଦ ଦେଇ ବେଶ୍ ନାମ କମାଇଥିବା ଅଭିନେତ୍ରୀ ଦିବ୍ୟା ଭାରତୀଙ୍କ ମୃତ୍ୟୁକୁ ୨୫ ବର୍ଷ ପୂରଣ ହୋଇଛି । ୯୦ ଦଶକରେ ସେ ନିଜ ଅଭିନୟରେ ସମସ୍ତଙ୍କୁ ପାଗଳ କରିଦେଇଥିଲେ । କିନ୍ତୁ କିଏ ଜାଣିଥିଲା ଯେ ତାଙ୍କର ପାଗଳାମି ବେଶି ଦିନ ରହିବ ନାହିଁ । ୧୯୯୩ ଏପ୍ରିଲ ୫ରେ ତାଙ୍କ ମୃତ୍ୟୁ ହୋଇଥିଲା, କିନ୍ତୁ ଆଜି ବି ଲୋକଙ୍କ ହୃଦୟରେ ସେ ରାଜ କରୁଛନ୍ତି । ସେତେ ଶୀଘ୍ର ସେ ବଲିଉଡ ଜଗତର ଶୀର୍ଷରେ ପହଞ୍ଚିଥିଲେ, ଅଚାନକ୍ ତାଙ୍କର ଦେହାନ୍ତ ଖବର ସମଗ୍ର ଦେଶକୁ ଚକିତ କରିଦେଇଥିଲା । ଆସନ୍ତୁ ଜାଣିବା ତାଙ୍କ ଜୀବନର କିଛି ରହସ୍ୟ..

ଦିବ୍ୟା ଜନ୍ମ ୧୯୭୪ ଫେବ୍ରୁଆରୀ ୨୫ରେ ହୋଇଥିଲା । ସେ ଟପ୍ ଅଭିନେତ୍ରୀ ଥିଲେ ବି ହିରୋଇନ୍ ହେବାକୁ ତାଙ୍କର ଇଛା ନଥିଲା । ପାଠ ପଢାରୁ ବଞ୍ଚିବା ପାଇଁ ସେ ଅଭିନୟ ଦୁନିଆରେ ପାଦ ଥାପିଥିଲେ । ୩ ବର୍ଷ ଭିତରେ ଦିବ୍ୟାଙ୍କର ଲୋକପ୍ରିୟତା ଏତେ ବଢିଯାଇଥିଲା ଯେ, ତାଙ୍କୁ ଶ୍ରୀଦେବୀ ଓ ମାଧୁରୀ ଦୀକ୍ଷିତଙ୍କ ସହ ତୁଳନା କରାଯାଉଥିଲା । ପ୍ରଥମେ ତାମିଲ ଫିଲ୍ମ ଓ ପରେ ବଲିଉଡରେ ସେ ଅଭିନୟ କରିଥିଲେ । ୧୯୯୨ରେ ରିଲିଜ୍ ହୋଇଥିବା ଫିଲ୍ମ ‘ଦିବାନା’ ପାଇଁ ତାଙ୍କୁ ସର୍ବଶ୍ରେଷ୍ଠ ଅଭିନେତ୍ରୀ ଭାବେ ପୁରସ୍କାର ମିଳିଥିଲା ।

ଏହାରି ମଧ୍ୟରେ ଏକ ଦୁଃଖଦ ଖବର ଆସିଥିଲା, ଯାହା ସମସ୍ତଙ୍କ ଆଶ୍ଚର୍ଯ୍ୟ କରିଦେଲା । ଘରୁ ପଡିଯାଇ ଦିବ୍ୟାଙ୍କର ରହସ୍ୟମୟ ମୃତ୍ୟୁ ହୋଇଛି ବୋଲି ଖବର ଆସିଲା । ଏହାକୁ କିଛି ଲୋକ ଆତ୍ମହତ୍ୟା ବୋଲି କହିଥିବା ବେଳେ ଆଉ କିଛି ଲୋକ ମୃତ୍ୟୁ ପଛରେ ଷଡଯନ୍ତ୍ର ଥିବା କହିଥିଲେ । ମଦ ପିଇ ବାଲକୋନିରୁ ପଡି ତାଙ୍କର ମୃତ୍ୟୁ ହୋଇଛି ବୋଲି କହି ୧୯୯୮ ମସିହାରେ ଫାଇଲ୍ ବନ୍ଦ କରିଦେଲା ପୋଲିସ ।

ଖବର ମୁତାବକ, ଘଟଣା ଦିନ ରାତିରେ ଦିବ୍ୟା ନିଜ ପାଇଁ ଏକ ଫ୍ଲାଟ୍ କିଣିଥିଲେ । ୫ ଏପ୍ରିଲରେ ଦିବ୍ୟାଙ୍କର ହାଇଦ୍ରାବାଦରେ ସୁଟିଂ ଥିଲା । କିନ୍ତୁ ଫ୍ଲାଟ୍ କିଣିବା ପାଇଁ ଦିବ୍ୟା ତାଙ୍କ ସୁଟିଂକୁ ବାତିଲ କରି ପରଦିନକୁ ରଖିଥିଲେ । ରିପୋର୍ଟ ମୁତାବକ ଦିବ୍ୟା ସେହିଦିନ ଡିଜାଇନର ନୀତା ଲୁଲ୍ଲା ଓ ତାଙ୍କ ସ୍ୱାମୀଙ୍କ ସହ ଭର୍ସୋଭା ଫ୍ଲାଟରେ ଭେଟିବାର ଥିଲା । କିନ୍ତୁ ଏହା ପୂର୍ବରୁ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଦିବ୍ୟାଙ୍କ ମୃତ୍ୟୁ ପରେ କିଛି ଲୋକ ଏହାକୁ ହତ୍ୟା ବୋଲି କହୁଥିବା ବେଳେ ଏହା ତାଙ୍କ ସ୍ୱାମୀଙ୍କ ଷଡଯନ୍ତ୍ର ବୋଲି ସନ୍ଦେହ କରାଯାଉଥିଲା ।

Get real time updates directly on you device, subscribe now.