fbpx

(Video) ଦିନରେ ୩ ଥର ରଙ୍ଗ ବଦଳାଏ ଶିବଲିଙ୍ଗ: ସକାଳେ ନାଲି, ଅପରାହ୍ନରେ କମଳା ତ’ ସଂନ୍ଧ୍ୟାରେ ଶ୍ୟାମଳ ..

ନୂଆଦିଲ୍ଲୀ: ଧରା ପୃଷ୍ଠରେ ଦେବ ଦେବ ମହାଦେବ ସହସ୍ରନାମରେ ପୂଜା ପାଇଥାନ୍ତି । ତନ୍ତ୍ର ସାଧନାରେ ଭୋଳାନାଥ ଭୈରବ ରୂପରେ ପୂଜା ପାଆନ୍ତି ଦେବ ଦେବ ମହାଦେବ । ଉଭୟ ଶିବଲିଙ୍ଗ ଓ ମୂର୍ତ୍ତିରେ ଆମେ ଭଗବାନ ଭୋଳାନାଥଙ୍କୁ ପୂଜା କରିଥାଉ। ତେବେ ଆମ ଭାରତରରେ ଏଭଳି ବି ମନ୍ଦିର ରହିଛି ଯେଉଁଠି ଭାବନଙ୍କ ଶିବଙ୍କ ଲିଙ୍ଗ ଦିନରେ ୩ ଥର ରଙ୍ଗ ବଦଳାଇଥାଏ । ଆଉ ଏହି ମନ୍ଦିର ଖୁବ ପ୍ରସିଦ୍ଧ ଓ ଚମତ୍କାରରେ ପରିପୂର୍ଣ୍ଣ । ଏପରି ଅନେକ ପ୍ରାଚୀନ ମନ୍ଦିର ଅଛି ଯେଉଁଥିରେ ଅନେକ ରହସ୍ୟ ମଧ୍ୟ ଜଡିତ ରହିଛି।। ଏହି ରହସ୍ୟମୟ ମନ୍ଦିର ଶତାବ୍ଦୀ ଧରି ଲୋକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି। ଆଜି ଆମେ ଆପଣଙ୍କୁ ଏପରି ରହସ୍ୟମୟ ଶିବ ମନ୍ଦିର ବିଷୟରେ କହୁଛୁ ଯେଉଁଠାରେ ଶିବଲିଙ୍ଗର ରଙ୍ଗ ଦିନକୁ ତିନିଥର ବଦଳିଥାଏ । ଏହି ମନ୍ଦିର ସହିତ ଲୋକମାନଙ୍କର ଗଭୀର ବିଶ୍ୱାସ ଯୋଡ଼ି ହୋଇ ରହିଛି ।

ରାଜସ୍ଥାନର ଧୌଳପୂର ଅବସ୍ଥିତ ଅଚଳେଶ୍ୱର ମହାଦେବ ମନ୍ଦିରର ଏହି ଶିବଲିଙ୍ଗ ଦିନକୁ ତିନିଥର ରଙ୍ଗ ପରିବର୍ତ୍ତନ କରିଥାଏ। କୁହାଯାଏ ଯେ ଏହି ଶିବଲିଙ୍ଗ ପାତାଳ ଫୁଟା।। ଆଶ୍ଚର୍ଯ୍ୟର କଥା ଆଜି ପର୍ୟ୍ୟନ୍ତ କେହି ଶିବଲିଙ୍ଗର ଗଭୀରତା ଜାଣିପାରି ନାହାଁନ୍ତି। ବିଶେଷଜ୍ଞମାନେ ମଧ୍ୟ ଏହାର ଶେଷରେ ପହଞ୍ଚିବାରେ ବିଫଳ ହୋଇଥିଲେ। ସ୍ଥାନୀୟ ଲୋକ କହିଛନ୍ତି ଯେ ଅଚଳେଶ୍ୱର ମନ୍ଦିରରେ ଉପସ୍ଥିତ ଥିବା ଶିବଲିଙ୍ଗର ଆରମ୍ଭ କେହି ଜାଣିପାରି ନାହାଁନ୍ତି।। ଏନେଇ ଅନେକ ଖୋଜାଖୋଜି ଚାଲିଥିଲେ ସୁଦ୍ଧା ଏହାର ସୁରାକ କେହି ପାଇପାରିନାହାଁନ୍ତି । ଯାହାକି ଭଗବାନ ଶିବଙ୍କ ଉପରେ ଲୋକଙ୍କ ବିଶ୍ୱାସ ଆହୁରି ବଢ଼ିଯାଇଛି ।

ସବୁଠାରୁ ବଡ଼ କଥା ହେଉଛି ଏହି ଶିବଲିଙ୍ଗ ଦିନକୁ ୩ ଥର ରଙ୍ଗ ପରିବର୍ତ୍ତନ କରିଥାଏ । ବିଶ୍ୱାସ କରାଯାଏ ଯେ ଶିବଲିଙ୍ଗ ସକାଳେ ନାଲି ହୋଇଯାଏ, ଅପରାହ୍ନରେ କମଳା ରଙ୍ଗ ତା’ପରେ ସନ୍ଧ୍ୟାରେ ଏହାର ରଙ୍ଗ ଧୀରେ ଧୀରେ ଶ୍ୟାମଳ ରଙ୍ଗ ହେବାକୁ ଲାଗେ । ଅଚଲେଶ୍ୱର ମହାଦେବଙ୍କ ଶିବଲିଙ୍ଗ ଆଶ୍ଚର୍ୟ୍ୟଜନକ ଓ ଚମତ୍କାର ମଧ୍ୟ। କୁହାଯାଏ ଯେ ଏହି ମନ୍ଦିରକୁ ଆସି ଶିବଲିଙ୍ଗଙ୍କ ଆଗରେ ପ୍ରଣାମ କରୁଥିବା ଭକ୍ତମାନଙ୍କର ସମସ୍ତ ଇଚ୍ଛା ପୂରଣ ହୁଏ।

Get real time updates directly on you device, subscribe now.