fbpx

ଆର୍‌ଆଇଏଲ୍‌ର ନିଟ୍ ଲାଭ ୪୦.୮ % ବୃଦ୍ଧି, ତେଲ ଓ ଟେଲିକମ୍ ସେକ୍ଟର ବ୍ୟବସାୟରେ ପ୍ରବଳ ରୋଜଗାର

ମୁମ୍ବାଇ: ଟେଲିକମ୍ ବ୍ୟବସାୟରୁ ଉତ୍ସାହଜନକ ଆୟ ହୋଇଥିବାରୁ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ (ଆର୍‌ଆଇଏଲ୍‌) ର ନିଟ୍ ଲିମିଟେଡ୍ ଲାଭରେ ୪୦.୮ % ବୃଦ୍ଧି ହୋଇଛି। ୨୦୨୨-୨୩ ଆର୍ଥିକ ବର୍ଷର ଏପ୍ରିଲ୍‌-ଜୁନ୍ ତ୍ରୈମାସିକରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ନିଟ୍ ଲାଭ ପୂର୍ବ ଆର୍ଥିକ ବର୍ଷର ଏହି ତ୍ରୈମାସିକ ତୁଳନାରେ ବୃଦ୍ଧି ପାଇ ୧୯, ୪୪୩ କୋଟି ଟଙ୍କା ହୋଇଛି। ତୈଳ ଓଚଳିତ ଆର୍ଥିକ ପ୍ରଥମ ତ୍ରୟ ମାସରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଏକୀଭୂତ ନିଟ୍ ଲାଭ ୪୬% ବୃଦ୍ଧି ପାଇ ୧୭,୯୫୫ କୋଟିରେ ପହଞ୍ଚିଛି। ଶୁକ୍ରବାର ଦିନ ଷ୍ଟକ୍ ମାର୍କେଟକୁ ପଠାଯାଇଥିବା ସୂଚନାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏହି ସୂଚନା ଦେଇଛି। କମ୍ପାନୀ କହିଛି ଯେ ତେଲ ସମେତ ଟେଲିକମ୍ ସେକ୍ଟର ବ୍ୟବସାୟରେ ପ୍ରବଳ ରୋଜଗାର ପଛରେ ଲାଭ ବୃଦ୍ଧି ପାଇଛି।

ପୂର୍ବ ଆର୍ଥିକ ବର୍ଷର ଏପ୍ରିଲ-ଜୁନ୍ ତ୍ରୈମାସିକରେ କମ୍ପାନୀ ୧୨,୨୭୩ କୋଟି ଟଙ୍କା ନିଟ୍ ଲାଭ କରିଥିଲା। ଯେତେବେଳେ କି ଗତ ଆର୍ଥିକ ବର୍ଷର ସେପ୍ଟେମ୍ବର-ଡିସେମ୍ବର ତ୍ରୈମାସିକରେ କମ୍ପାନୀର ନିଟ୍ ଲାଭ ୧୮,୫୪୯ କୋଟି ଟଙ୍କା ଥିଲା। ଅନ୍ୟପକ୍ଷରେ, ଚଳିତ ଆର୍ଥିକ ବର୍ଷର ଏପ୍ରିଲ-ଜୁନ୍ ତ୍ରୈମାସିକରେ ରିଲାଏନ୍ସ ଜିଓ ଇନଫୋକମ୍ ର ନିଟ୍ ଲାଭ ବର୍ଷ ତୁଳନାରେ ପ୍ରାୟ ୨୪% ବୃଦ୍ଧି ହୋଇ ୪,୩୩୫ କୋଟିରେ ପହଞ୍ଚିଛି। ଜୁନ୍ ୨୦୨୨ ଶେଷ ହୋଇଥିବା ତ୍ରୈମାସିକ ପାଇଁ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ନେତୃତ୍ୱାଧୀନ ରିଲାଏନ୍ସ ଜିଓର ଅପରେଟିଂ ଆୟ ୨୧.୫ ପ୍ରତିଶତ ବୃଦ୍ଧି ପାଇ ୨୧,୮୭୩ କୋଟିରେ ପହଞ୍ଚିଛି।

ଜିଓର ପ୍ରଥମ ତ୍ରୈମାସିକରେ ଫଳାଫଳ ଏକ ସମୟରେ ଆସିଛି ଯେତେବେଳେ ଟେଲକୋସ୍ 5G ସେବା ପାଇଁ ସେଟ୍ ହୋଇଛି। 5G ସ୍ପେକ୍ଟ୍ରମର ନିଲାମ ଜୁଲାଇ ୨୬ ରୁ ଆରମ୍ଭ ହେବ। ଏଥିରେ ଅତି କମରେ ୪.୩ ଲକ୍ଷ କୋଟି ଟଙ୍କା ମୂଲ୍ୟର 72 GHz ରେଡିଓ ଫ୍ରୀକୁଏନସି ବିକ୍ରି ପାଇଁ ରଖାଯିବ।

Get real time updates directly on you device, subscribe now.