fbpx

ମିଳିଲା ୬୫୬ ଫୁଟ ଗଭୀର ବିଶିଷ୍ଟ ଏକ ରହସ୍ୟମୟୀ ସିଙ୍କହୋଲ, ବେଳକୁ ବେଳ ବଢ଼ୁଛି ଏହି ବିଶାଳକାୟ ଗର୍ତ୍ତ, ଚିନ୍ତାରେ ଭୂବୈଜ୍ଞାନିକ

ନୂଆଦିଲ୍ଲୀ: ଏକ ରହସ୍ୟମୟୀ ସିଙ୍କହୋଲକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଚାଲିଛି । ଏହି ସିଙ୍କହୋଲର ଗଭୀର ୬୫୬ ଫୁଟ ହୋଇଥିବା ବେଳେ ଏହା ବେଳକୁ ବେଳ ବୃଦ୍ଧି ପାଉଛି । ତେଣୁ ଏହାର ରହସ୍ୟକୁ ନେଇ ଭୂବୈଜ୍ଞାନିକମାନେ ମଧ୍ୟ ଦ୍ୱନ୍ଦ୍ୱରେ ପଡ଼ିଯାଇଛନ୍ତି । ଚିଲିରୁ ଏହି ସିଙ୍କହୋଲର ସନ୍ଧାନ ମିଳିଥିବା ବେଳେ ଏନେଇ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।

ଚିଲିର ଆଟାକାମା ଅଞ୍ଚଳର ଅମରିଲାର କମ୍ୟୁନରେ ହଠାତ୍ ଏକ ବିଶାଳକାୟ ଗର୍ତ୍ତ ଦେଖିବାକୁ ମିଳିଥିଲା । ଏହାକୁ ଦେଖିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହି ଗାତର ଲମ୍ବ ୬୫୬ ଫୁଟ ଏବଂ ଓସାର ୮୨ ଫୁଟ ହେବ ବୋଲି ଭୂବୈଜ୍ଞାନିକମାନେ କହିଛନ୍ତି । ଏହି ଗାତର ରହସ୍ୟ ଉନ୍ମୋଚନ କରିବା ପାଇଁ ବିଶ୍ୱର ଭୂବୈଜ୍ଞାନିକଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଯାଇଛି ।

ଯେଉଁ ସ୍ଥାନରେ ଗାତର ସନ୍ଧାନ ମିଳିଛି, ତାହା ଚିଲ୍ଲୀର ରାଜଧାନୀଠାରୁ ପାଖାପାଖି ୬୫୦ କିମି ଦୂରରେ ଅବସ୍ଥିତ । ଉକ୍ତ ଅଞ୍ଚଳରେ ଖଣି ଖାଦାନ ରହିଛି । ତେବେ ସେଠାରେ ପର୍ଯ୍ୟାପ୍ତ ପାଣି ରହିଥିବା ନ୍ୟାସନାଲ ସର୍ଭିସ୍ ଅଫ୍ ଜିଓଲୋଜି ଆଣ୍ଡ ମାଇନିଂ ପକ୍ଷରୁ କୁହାଯାଇଛି । ଏହି ଗାତ ଦ୍ୱାରା କାହାର କିଛି କ୍ଷତି ହୋଇନଥିବା ନିଶ୍ଚିତ ଭାବେ ଆଶ୍ୱସ୍ତିକର ବିଷୟ । ସତର୍କତା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ଉକ୍ତ ଅଞ୍ଚଳକୁ ଖାଲି କରି ଦିଆଯାଇଛି ।

Get real time updates directly on you device, subscribe now.