fbpx
BJD SKY
BJD SKY

“ନା ଗୋଲି ସେ,ନା ତଲୱାର ସେ,ବନ୍ଦା ଡରତା ହେ ତୋ ବାପୁ କି ମାର ସେ,”, ତିରଙ୍ଗା ଫିଲ୍ମର ଡାଇଲଗରେ ନୂଆ ତଡକା

BJD

ନୂଆଦିଲ୍ଲୀ : ଏବେ ମନୋରଞ୍ଜନ ପାଇଁ ଆପଣଙ୍କୁ ବେସି ଦୂରକୁ ଯିବାକୁ ପଡିବ ନାହିଁ । ଆପଣ ଘରେ ବସି କେବଳ ଆପଣଙ୍କ ସ୍ମାର୍ଟ ଫୋନ ଅନ କରି ସୋସିଆଲ ମିଡିଆ ପ୍ଲାଟଫର୍ମକୁ ଯାଆନ୍ତୁ । ଏଠାରେ ଆପଣଙ୍କ ମନୋରଞ୍ଜର ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି । ପ୍ରତି ଦିନ ଏଠାରେ ଅନେକ ଭିଡିଓ ଭାଇରାଲ ହୋଇଥାଏ । ଏହାକୁ ଲୋକମାନେ ମଧ୍ୟ ଦେଖନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏପରି ଅନେକ ଭିଡିଓ ଅଛି ଯାହାକୁ ଥରେ ଦେଖିଲେ ବାରମ୍ବାର ଦେଖିବାକୁ ଇଚ୍ଛା ହୋଇଥାଏ । ଆଜିକାଲି ଏପରି ଅନେକ ଭିଡିଓ ଭାଇରାଲ ହେଉଛି । ଏପରି ଗୋଟିଏ ଛୋଟ ପିଲାର ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିବା ପରେ ଆପଣ ମଧ୍ୟ ନିଜ ହସକୁ ରୋକି ପାରିବେ ନାହିଁ ।

ଆପଣ ସମସ୍ତେ ଫିଲ୍ମ “ତିରଙ୍ଗା” ଦେଖିଥିବେ । ଏଥିରେ ପ୍ରସିଦ୍ଧ ଅଭିନେତା ରାଜକୁମାର ଅଭିନୟ କରିଛନ୍ତି । ଏହି ଫିଲ୍ମରେ ତାଙ୍କର ଏକ ଡାଇଲଗ ମଧ୍ୟ ରହିଛି । ଯାହା ଲୋକମାନଙ୍କୁ ଖୁବ ପସନ୍ଦ ଆସିଥିଲା । ସେହି ଡାଇଲଗ ହେଉଛି “ନା ତଲୱାର କି ଧାର ସେ, ନା ଗୋଲିଓକି ବଚ୍ଛାରେ ସେ, ବନ୍ଦା ଡରତା ହେତୋ ପରଭର ଦିଗାର ସେ ।” ଏହି ଡାଇଲଗକୁ ଏବେ ସୋସିଆଲ ମିଡିଆରେ ନୂଆଢଙ୍ଗରେ ଦେଖିବାକୁ ମିଳିଛି । ଯାହାକୁ ଲୋକମାନେ ଖୁବ ପସନ୍ଦ ମଧ୍ୟ କରିଛନ୍ତି । ଏଥିରେ ପିଲା ଜଣକ କହିଛନ୍ତି ନା ଖଣ୍ଡାକୁ ନା ଗୁଳିକୁ ମୁଁ ଡରେ ତ କେବଳ ବାପାଙ୍କ ମାଡକୁ । ତେବେ ଏହି ଡାଇଲଗ କହିଥିବା ଶିଶୁ ଜଣଙ୍କ ନାମ ହେଉଛି ବିବେକ ।

ଏବେ ଏହି ଭିଡିଓ ସେସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ଏବେ ପର୍ଯ୍ୟନ୍ତ ୫୪ ହଜାରୁ ଅଧିକ ଲୋକ ଦେଖି ସାରିଛନ୍ତି । ଏହା ଦେଖିବା ପରେ ଲୋକମାନେ ପିଲାଟିର ପ୍ରସଂଶା କରିଛନ୍ତି । ଏହି ଭିଡିଓରେ ଅନେକ ଲୋକ ଅନେକ କମେଣ୍ଟ ମଧ୍ୟ କରିଛନ୍ତି । ଏହାକୁ ଏକ୍ସରେ @ChapraZila ନାମକ ପେଜରୁ ସେୟାର କରାଯାଇଛି ।

Get real time updates directly on you device, subscribe now.