BREAKING: ନବଦାସ ହତ୍ୟା ମାମଲା, ଗୋପାଳ ପୂର୍ବ କଲ୍ ହିଷ୍ଟ୍ରି ଖୋଲିଲା କ୍ରାଇମବ୍ରାଞ୍ଚ

ବହୁ ଚର୍ଚ୍ଚି ନବଦାସ ହତ୍ୟାକାଣ୍ଡ ମାମଲା। ଗୋପାଳ ଦାସର ପୁରୁଣା କଲ୍ ଡିଟେଲ୍ସ ଖୋଲିଲା କ୍ରାଇମବ୍ରାଞ୍ଚ। ନବଦାସ ହତ୍ୟାକାଣ୍ଡ ପୂର୍ବରୁ କଲ୍ ଡିଟେଲ୍ସ ଖୋଲିଲା କ୍ରାଇମବ୍ରାଞ୍ଚ।

ଭୁବନେଶ୍ୱର: ବହୁ ଚର୍ଚ୍ଚି ନବଦାସ ହତ୍ୟାକାଣ୍ଡ ମାମଲା। ଗୋପାଳ ଦାସର ପୁରୁଣା କଲ୍ ଡିଟେଲ୍ସ ଖୋଲିଲା କ୍ରାଇମବ୍ରାଞ୍ଚ। ନବଦାସ ହତ୍ୟାକାଣ୍ଡ ପୂର୍ବରୁ କଲ୍ ଡିଟେଲ୍ସ ଖୋଲିଲା କ୍ରାଇମବ୍ରାଞ୍ଚ।

ହତ୍ୟା ପୂର୍ବରୁ ଗୋପାଳ ଯେଉଁମାନଙ୍କ ସହ କଥା ହୋଛି ସେମାନଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ। ଏନେଇ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚର ଅତିରିକ୍ତ ଏସପି ବିକେ ମଲ୍ଲିକ।

ତଦନ୍ତ ପାଇଁ ୨୩ ତାରିଖ ଠାରୁ ବହ୍ମ୍ରପୁରରେ ଡେରା ପକାଇଛି କ୍ରାଇମବ୍ରାଞ୍ଚ। ଘଟଣାର ଅଧିକ ଛାନଭିନ କରି କାଳି ଗୋପାଳର ଭାଇ, ପୁତୁରା ଏବଂ ପୁଅକୁ ପଚରାଉଚରା କରିଥିଲା କ୍ରାଇମବ୍ରାଞ୍ଚ।

ହୋଟେଲରେ କାମ କରୁଥିବା ରୋଷେୟାକୁ ମଧ୍ୟ କରାଯାଇଥିଲା ପଚରାଉଚରା। ଏବେ ବୈଦ୍ୟନାଥପୁର ଥାନାରେ ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚ।

ପରଦା ପଛରେ କିଏ ଥିଲା, ହତ୍ୟାକାଣ୍ଡ ପୂର୍ବରୁ ଗୋପାଳ କାହା ସହିତ କଥା ହୋଇଥିଲା ସେନେଇ କ୍ରାଇମବ୍ରାଞ୍ଚ କରୁଛି ତନଘନା।