fbpx

ଘରେ କେହି ନ ଥିବା ବେଳେ ନାବାଳିକାକୁ ବଳପୂର୍ବକ ବଳାତ୍କାର କଲେ ବୃଦ୍ଧ; କାହାକୁ କହିଲେ ମାରିଦେବାକୁ ଦେଇଥିଲେ ଧମକ…

ପୁରୀ (ଓଡ଼ିଶା ଭାସ୍କର) : ଘରେ କେହି ନଥିବାର ସୁଯୋଗ ନେଇ ଘର ଭିତରେ ପଶି ଜଣେ ନାବାଳିକାକୁ ବଳପୂର୍ବକ ବଳାତ୍କାର କରିବା ଅଭିଯୋଗରେ ବାସେଳୀ ସାହି ଥାନା ପୋଲିସ ଜଣେ ବୃଦ୍ଧଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ହୋଇଥିବା ଅଭିଯୁକ୍ତର ପରିଚୟ ହେଲା ବାସେଳି ସାହି ଥାନା ଅନ୍ତର୍ଗତ ମାର୍କଣ୍ଡେଶ୍ୱର ସାହି ହରିଜନ ବସ୍ତିର କାହ୍ନୁ ଓରଫ କାହ୍ନୁ ଚରଣ ବେହେରା(୬୧) ।

ଏ ସମ୍ପର୍କରେ ବାସେଳି ସାହି ଥାନା ଅଧିକାରୀ ସଞ୍ଜୀବ କୁମାର ପ୍ରଧାନ ସୂଚନା ଦେଇ କହିଛନ୍ତି ଯେ, ଏହି ଥାନା ଅନ୍ତର୍ଗତ ମାର୍କଣ୍ଡେଶ୍ୱର ସାହି ହରିଜନ ବସ୍ତିରେ ପୀଡ଼ିତା ନାବାଳିକା ତାର ପିତା ମାତାଙ୍କ ସହିତ ରହୁଛନ୍ତି। ୨୦୨୧ ଜୁନ୍‌ ୬ ତାରିଖ ରାତ୍ର ୭ ଟା୩୦ ମିନିଟ ସମୟରେ ନାବାଳିକା ପୀଡ଼ିତା ଜଣଙ୍କ ଥାନାରେ ଅଭିଯୋଗ କରିଥିଲେ ଯେ, ଛଅ ମାସ ତଳେ ତାଙ୍କ ପରିବାର ଲୋକ କେହି ଘରେ ନ ଥିବା ବେଳେ ଅଭିଯୁକ୍ତ ଜଣକ ତାଙ୍କ ଘରେ ପଶି ବଳପୂର୍ବକ ତାଙ୍କୁ ବଳାତ୍କାର କରିଥିଲା । ଏ ସମ୍ପର୍କରେ କାହାକୁ ନ ଜଣାଇବା ପାଇଁ ଅଭିଯୁକ୍ତ ପୀଡ଼ିତା ନାବାଳିକାକୁ ଧମକ ଦେଇ ଥିଲା । ଫଳରେ ପୀଡ଼ିତା ନାବାଳିକା ଜଣକ ଭୟଭୀତ ହୋଇ ଘରେ କାହାକୁ କିଛି କହି ନ ଥିଲେ ।

ପୀଡ଼ିତା ନାବାଳିକାଙ୍କ ଅଭିଯୋଗ କ୍ରମେ ପୋଲିସ କେଶ ନମ୍ବର ୯୮/୨୦୨୧ ଅନୁଯାୟୀ ଦଫା । ୩୭୬(୨) ଏନ, ୫୦୬ ଓ ପୋସ୍କୋ ଆକ୍ଟ୍‌ ୪ ବଳରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପୋଲିସ ସେମାବାର  ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । କୋର୍ଟ ଅଭିଯୁକ୍ତର ଜାମିନ ଆବେଦନ ଖାରଜ କରିବାରୁ ପୋଲିସ ତାକୁ ଜେଲ୍‌କୁ ପଠାଇ ଦେଇଛି ।

Get real time updates directly on you device, subscribe now.