fbpx

News across the Earth, news close to your heart, Read Odisha Bhaskar English

ଏକତରଫା ପ୍ରେମରୁ ନାବାଳିକାଙ୍କୁ ହତ୍ୟା କରାଯାଇଛି: ନବରଙ୍ଗପୁର ଏସପି

ନବରଙ୍ଗପୁର, ୩ା୧(ଓଡ଼ିଶା ଭାସ୍କର): ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ାରେ ନାବାଳିକାକୁ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଫର୍ଦ୍ଦାଫାସ କରିଛନ୍ତି ଏସପି । ଏକ ସାମ୍ବାଦିକ ସମ୍ମିଳନୀରେ ନାବାଳିକାଙ୍କୁ କୌଣସି ଗଣଦୁଷ୍କର୍ମ କରାଯାଇନଥିବା ସେ ସ୍ପଷ୍ଟ କରିଛନ୍ତି । ଏକତରଫା ପ୍ରେମରୁ ନାବାଳିକାଙ୍କୁ ହତ୍ୟା କରାଯାଇଥିବା ଏସପି କହିଛନ୍ତି । ଏନେଇ ଦୁଇ ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରାଯାଇଥିବା ସୂଚନା ରହିଛି ।
ଏସପିଙ୍କ ସୂଚନା ଅନୁଯାୟୀ ନାବାଳିକା ଜଣକ କୋଟପାଡ ବ୍ଲକ ପକନାଗୁଡା ଗ୍ରାମର ଖାଡି ଉତରା ନାମକ ଜଣେ ଯୁବକକୁ ପ୍ରେମ କରୁଥିବା ବେଳେ ଖାଡି ମଧ୍ୟ ନାବାଳିକାଙ୍କୁ ବାରମ୍ବାର ବିବାହ ପ୍ରସ୍ତାବ ଦେଇ ଆସୁଥିଲା ।  ଖାଡି ଉତରାର ଅନ୍ୟ ସଂପ୍ରଦାୟର ହୋଇଥିବାରୁ ସେ ଏହାକୁ ମନା କରି ଦେବାରୁ ସେ ପ୍ରତିଶୋଧ ନେବା ପାଇଁ ନାବାଳିକାର ପରିବାର ଲୋକେ ଘରେ ନଥିବାର ସୁଯୋଗ ନେଇ ସେ ତାଙ୍କୁ ଘରୁ ଡାକି ଆଣିବା ସହ ନିଜର ସହଯୋଗୀ ବଳି ମାଝି ସହାୟତାରେ ନାବାଳିକାର ଓଢଣୀକୁ ତାର ବେକରେ ଗୁଡାଇ ହତ୍ୟା କରିଥିବା ଏକ ସାମ୍ବାଦିକ ସମ୍ମିଳୀରେ ଏସପି ନିତୀନ କୁଶଲକର କହିଛନ୍ତି ।

Get real time updates directly on you device, subscribe now.