fbpx

ବାଲୁକା ଶିଳ୍ପୀ ସତ୍ୟଙ୍କ ଅନନ୍ୟ କଳାକୃତି, ୧୦୯୭ ବୋତାମରେ ନିର୍ମାଣ କଲେ ୧୧ ଇଞ୍ଚର ନନ୍ଦିଘୋଷ ରଥ

ବ୍ରହ୍ମପୁର (ଓଡ଼ିଶା ଭାସ୍କର): ବିଶ୍ୱ ପ୍ରସିଦ୍ଧ ପବିତ୍ର ଘୋଷଯାତ୍ରା ଅବସରରେ ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣାଙ୍କ ନିଆରା କଳାକୃତି ଦେଖିବାକୁ ମିଳିଛି । ସେ ଚଳିତ ରଥଯାତ୍ରା ଅବସରରେ ୧୦୯୭ ବୋତାମରେ ନିର୍ମାଣ କରିଛନ୍ତି ପ୍ରଭୁ ଜଗନ୍ନାଥଙ୍କ ରଥାରୂଢ ଅବିକଳ ନନ୍ଦିଘୋଷ ରଥ । ଏହି ରଥଟିର ଉଚ୍ଚତା ୧୧ ଇଞ୍ଚ ରହିଥିବା ବେଳେ ଓସାର ରହିଛି ୮ ଇଞ୍ଚ । ଏଭଳି ନିଆରା ରଥ କଳାକୃତିକୁ ନିର୍ମାଣ କରିବା ଲାଗି ସତ୍ୟଙ୍କୁ ୫ ଦିନ ସମୟ ଲାଗିଥିବା କହିଛନ୍ତି ।

ପ୍ରକାଶ ଥାଉ କି ସତ୍ୟ ପୂର୍ବରୁ କାଠରେ ୧ ଏମଏମ ରୁ ୧୮ ଇଞ୍ଚ ପର୍ଯ୍ୟନ୍ତ ବହୁ ଏଭଳି ରଥ ନିର୍ମାଣ କରି ବହୁ ରେକର୍ଡ଼ର ଅଧିକାରୀ ମଧ୍ୟ ହୋଇ ରାଜ୍ୟ ତଥା ନିଜ ମାଟି ଗଞ୍ଜାମ ପାଇଁ ଗୌରବ ଅର୍ଜନ କରିଛନ୍ତି ।

Get real time updates directly on you device, subscribe now.