fbpx

କରୋନା ପରେ ସ୍ମାର୍ଟ ସିଟିରେ ଡେଙ୍ଗୁ ଟେନ୍‌ସନ୍, ଘର ଘର ବୁଲି ଡେଙ୍ଗୁ ମୁକାବିଲା ପାଇଁ ସଚେତନତା କରିବ ବିଏମ୍‌ସି

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଏବେ ରାଜଧାନୀରେ ଡେଙ୍ଗୁ ମୁକାବଲା ପାଇଁ ବିଏମ୍‌ସି ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଜୋରଦାର ହୋଇଛି । ଏବେ ଘର ଘର ବୁଲି ସହରବାସୀଙ୍କୁ ସଚେତନତା କରୁଛି ବିଏମ୍‌ସି । ଡେଙ୍ଗୁର ଲକ୍ଷଣ ସହ ନିରାକରଣ ଉପରେ ମଧ୍ୟ ପ୍ରାଧାନ୍ୟ ଦିଆଯାଉଛି । ବର୍ଷା ଦିନ ଶେଷ ପର୍ଯ୍ୟନ୍ତ ଏହି ସଚେତନ କାଯ୍ୟକ୍ରମ ଜାରି ରହିବ ବୋଲି ବୋଲି ସୂଚନା ମିଳିଛି ।

ଶୈଳୀଶ୍ରୀ ବିହାର ଓ ନୀଳାଦ୍ରି ବିହାରର ଅନେକ ବସ୍ତି ଓ ଅନ୍ୟ ଅଞ୍ଚଳକୁ ମଧ୍ୟ ଫୋକସରେ ରହିଛି । ରାଜଧାନୀରେ ବିଭିନ୍ନ ନାଳନର୍ଦମା ସଫେଇ ସହ ଅନାବନା ଜଙ୍ଗଲକୁ ସଫା କରିବାକୁ ବିଏମ୍‌ସି ଅଣ୍ଟା ଭିଡିଛି । ବିଏମ୍‌ସିର ସ୍ୱତନ୍ତ୍ର ଟିମ ସହ ଡାକ୍ତରୀ ଟିମ୍‌ ମଧ୍ୟ ଡେଙ୍ଗୁ ପ୍ରଭାବିତ ଅଞ୍ଚଳରେ ସଚେତନ କରିବେ । ଲୋକଙ୍କୁ ମଶାରି ବ୍ୟବହାର କରିବା ଓ ଘର ବାହାର ସଫା ରଖିବା, ଛାତ ଉପରେ ଅନାବଶ୍ୟକ ଟାୟାର ନ ରଖିବା ସହ ଘରେ ଲାଗିଥିବା ଗଛ ଗୁଡିକରେ କିଭଳି ପାଣି ନ ଜମିବ ସେନେଇ ସଚେତନ ରହିବାକୁ ବିଏମସି ଅଣ୍ଟା ଭିଡିଛି ।

Get real time updates directly on you device, subscribe now.