fbpx

ଇସ୍କନ୍‌ରେ ଅସ୍ଥାୟୀ ରଥରେ ପୂଜା ପାଇବେ ତିନି ଠାକୁର, କରୋନା କଟକଣା ନିୟମ ଅନୁଯାୟୀ ପାଳନ ହେବ ନୀତିକାନ୍ତି

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ମହାମାରୀ କରୋନା ସଂକମ୍ରଣ ଆଜି ସବୁ କ୍ଷେତ୍ରରେ ତାର ପ୍ରଭାବ ବିସ୍ତାର କରିଚାଲିଛି । ଗତ ଦୁଇବର୍ଷ ହେବ ଓଡ଼ିଶାର କଳା ସଂସ୍କୃତିକୁ ମଧ୍ୟ ରାଜ୍ୟବାସୀଙ୍କ ନିକଟରୁ ଛଡାଇ ନେଇଛି । ଗତବର୍ଷ ଟ୍ୱିନସିଟିରେ ବିନା ଭକ୍ତରେ ରଥଯାତ୍ରା ସମାପନ ହୋଇଥିବା ବେଳେ ଏଥର ମଧ୍ୟ ବିଧିପୂର୍ବକ ମହାପ୍ରଭୁଙ୍କ ରଥଯାତ୍ରା ସମାପନ ହେବ । ରାଜଧାନୀର ଇସ୍କନ ମନ୍ଦିରରେ ସରକାର ଜାରି କରିଥିବା କରୋନା କଟକଣା ନିୟମ ଅନୁଯାୟୀ ସମସ୍ତ ପୂଜାର୍ଚ୍ଚନା ଆୟୋଜିତ ହେବ ବୋଲି ଇସ୍କନ ମନ୍ଦିର ରାଜ୍ୟ ପ୍ରଚାର ଅଧିକାରୀ ରାଧାକାନ୍ତ ଦାସ ସୂଚନା ଦେଇଛନ୍ତି ।

ଚଳିତ ବର୍ଷ ୩୨ ତମ ରଥଯାତ୍ରା ଆୟୋଜିତ ହେବାକୁ ଥିବାବେଳେ କରୋନା ସଂକ୍ରମଣ ପାଇଁ ଏଠାରେ ଏକ ଅସ୍ଥାୟୀ ରଥ ନିର୍ମାଣ ହୋଇଛି । ଏଥିସହ ମନ୍ଦିର  ପରିସରରେ ଅସ୍ଥାୟୀ ଗୁଣ୍ଡିଚା ମନ୍ଦିର ନିର୍ମାଣ ହୋଇଛି । ସକାଳ ୭.୧୫ରେ ଗୁରୁ ପୂଜା, ଦର୍ଶନ ଆରତୀ ହେବା ପରେ ୩.୪୫ରେ ଅସ୍ଥାୟୀ ରଥକୁ ବିଜେ କରିବେ ତିନି ଠାକୁର । ବରିଷ୍ଠ ସେବାୟତ ଆତ୍ମାରାମ ଦାସ ଛେରାପହରା କରିବା ପରେ କଟକଣା ଅନୁଯାୟୀ ମହାପ୍ରଭୁଙ୍କ ପହଣ୍ଡି ବିଜେ କରାଯିବ ବୋଲି ଶ୍ରୀ ଦାସ ସୂଚନା ଦେଇଛନ୍ତି । ସେହି ରି ଟ୍ୱିନସିଟିରେ ଥିବା ଅନ୍ୟାନ୍ୟ ସମସ୍ତ ଜଗନ୍ନାଥ ମନ୍ଦିରରେ ବିଧିପୂର୍ବକ ପୂଜାର୍ଚ୍ଚନା ହେବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.