fbpx

ଉତ୍ତରପ୍ରଦେଶ ଏଟିଏସ୍‌କୁ ମିଳିଲା ବଡ଼ ସଫଳତା, ଲକ୍ଷ୍ନୌରୁ ୨ ସନ୍ଦିଗ୍ଧ ଆତଙ୍କୀ ଗିରଫ, ରାଜ୍ୟରେ ହାଇଆଲର୍ଟ ଜାରି

ଲକ୍ଷ୍ନୌ (ଓଡ଼ିଶା ଭାସ୍କର) : ଉତ୍ତରପ୍ରଦେଶ ଏଟିଏସ୍‌କୁ ରବିବାର ମିଳିଛି ବଡ଼ ସଫଳତା । ରାଜଧାନୀ ଲକ୍ଷ୍ନୌରେ ଏଟିଏସ୍‌ ଟିମ୍‌ ଚଢ଼ଉ କରି ଆତଙ୍କବାଦୀ ସଙ୍ଗଠନ ଅଲକାଏଦାର ଦୁଇଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛି । ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଏହି ସନ୍ଦିଗ୍ଧ ଆତଙ୍କୀଙ୍କ ଟାର୍ଗେଟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଭାରତୀୟ ଜନତା ପାର୍ଟିର ପ୍ରଦେଶ ଅଧ୍ୟକ୍ଷ ସ୍ୱତନ୍ତ୍ର ଦେବ ସିଂହ, ସଂଗଠନ ସମ୍ପାଦକ ସୁନୀଲ ବଂଶଲଙ୍କ ସମେତ ଅନେକ ନେତା ଥିଲେ ବୋଲି ଜଣାପଡ଼ିଛି ।

ଆଇବି, ଏଟିଏସ୍‌ ଏବଂ ଗୁଇନ୍ଦା ଟିମ୍‌ ଏବେ ଏହି ସନ୍ଦିଗ୍ଧଙ୍କୁ ପଚରାଉଚୁରା ଚଳାଇଛି । ଉତ୍ତରପ୍ରଦେଶର ଦୁବ୍‌ଗା, ଚୌକ ଏବଂ ମଲିହାବାଦ ଅଞ୍ଚଳକୁ ସିଲ୍‌ କରାଯାଇଛି । ଏହି ଆତଙ୍କବାଦୀଙ୍କଠାରୁ ଅନେକ ପରିମାଣରେ ବିସ୍ଫୋରକ ଜବତ କରାଯାଇଛି । ଉତ୍ତରପ୍ରଦେଶ ଡିଜିି ମୁକୁଲ ଗୋୟଲ ଲକ୍ଷ୍ନୌ ସହିତ ପୁରା ରାଜ୍ୟରେ ହାଇଆଲର୍ଟ କରିଛନ୍ତି ।

Get real time updates directly on you device, subscribe now.