fbpx

ବିଶ୍ୱର ବିରଳ ରହସ୍ୟମୟ ଫୁଲ, ୩୬ ବର୍ଷରେ ଥରେ ହିମାଳୟ ପର୍ବତର ଶିଖରରେ ଫୁଟିଥାଏ ନାଗପୁଷ୍ପ

ନୂଆଦିଲ୍ଲୀ: ନାଗପୁଷ୍ପ ଏକ ବେଶ୍‌ ଆଶ୍ଚର୍ଯ୍ୟଜନକ ଫୁଲ । ଏହି ଫୁଲ ମୁଖ୍ୟତଃ ହିମାଳୟ ପର୍ବତର ଶିଖରରେ ଫୁଟିଥାଏ । ଏହା ଦେଖିବାକୁ ଅବିକଳ ନାଗସାପ ଭଳି । ଫୁଲଟି ସମ୍ପର୍କରେ ଖାସ୍‌ କଥା ହେଉଛି, ନାଗପୁଷ୍ପ ୩୬ ବର୍ଷରେ ଥରେ ଫୁଟିଥାଏ । ଏହି ଗଛ ନେପାଳ, ଭୁଟାନ୍‌, ନୀଳଗିରି ପାର୍ବତ୍ୟାଞ୍ଚଳରେ ମିଳିଥାଏ । ମେ ଓ ଜୁନ୍‌ ମାସ ମଧ୍ୟରେ ଭୋର ୩ରୁ ୪ଟା ମଧ୍ୟରେ ଏହା ଫୁଟିଥାଏ ।

ପୌରାଣିକ ମାନ୍ୟତା ଅନୁସାରେ, ଅମରନାଥ ଗୁମ୍ଫାରେ ଅମର କାହାଣୀ ଶୁଣାଇବା ପୂର୍ବରୁ ଭଗବାନ ଶିବ ମାତା ପାର୍ବତୀଙ୍କୁ ଏହା ଦେଇଥିଲେ । ଏହି ଫୁଲ ବେଶ୍‌ ସୁଗନ୍ଧଯୁକ୍ତ ଓ ଏଥିରେ ୪୨ଟି ପାଖୁଡ଼ା ଥାଏ । ନାଗପୁଷ୍ପକୁ ଦର୍ଶନ ମାତ୍ରେ ସମସ୍ତ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏହାର ପ୍ରୟୋଗରେ ଅନେକ ଦୁଃସାଧ୍ୟ ରୋଗ ଭଲ ହୋଇଥାଏ ।

Get real time updates directly on you device, subscribe now.