fbpx
BSKY SKY
BSKY SKY

ତାମିଲନାଡୁ ହରର: କାରରୁ ଫୋପାଡିଲେ ମହିଳାଙ୍କ ଅର୍ଦ୍ଧନଗ୍ନ ଶରୀର, ଚଢିଗଲା ଆରପଟୁ ଆସୁଥିବା ଗାଡି

BSKY

ନୂଆଦିଲ୍ଳୀ: ତାମିଲନାଡୁରେ ଏକ ଭୟଙ୍କର ଘଟଣା ସିସିଟିଭିରେ କଏଦ ହୋଇଛି । ଜଣେ ଅଜଣା ମହିଳାଙ୍କୁ ଅର୍ଦ୍ଧନଗ୍ନ ଅବସ୍ଥାରେ ଏକ କାରରୁ ଫିଙ୍ଗି ଦିଆ ଯାଇଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଅନ୍ୟ ଗାଡି ତାଙ୍କ ଉପରେ ଚଢି ଯାଇଥିଲା । ତାମିଲନାଡୁର କୋଏମ୍ବାଟୁର ସ୍ଥିତ ଅବିନାଶୀ ରୋଡରେ ସୋମବାର ଏହି ଭୟାନକ ଘଟଣା ଘଟିଥିଲା । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ପରେ ଏକ କାରରୁ ମହିଳାଙ୍କୁ ଫିଙ୍ଗା ଯାଇଥିବା ଜଣା ପଡିଥିଲା ।
ମାମଲାର ତଦନ୍ତ ପରେ ସିସିଟିଭି ଯାଞ୍ଚରୁ ଏକ ଧଳା ଏସୟୁଭିରୁ ମହିଳାଙ୍କୁ ଫିଙ୍ଗା ଯାଇଥିବା ଜଣା ପଡିଥିଲା । ଏସୟୁଭିରୁ ମହିଳାଙ୍କୁ ଫୋପାଡି ଦିଆଯିବା ପରେ ବିପରୀତ ଦିଗରୁ ଆସୁଥିବା ଦୁଇଟି ଗାଡି ତାଙ୍କ ଉପରେ ଚଢି ଯାଇଥିଲା । ଏହି ଘଟଣା ପରେ ପୋଲିସ ପକ୍ଷରୁ ଦୁଇଟି ସ୍ୱତନ୍ତ୍ର ଟିମ ଗଠନ କରାଯାଇ ମାମଲାର ତଦନ୍ତ କରାଯାଉଛି । ସନ୍ଦେହଜନକ ମୃତ୍ୟୁ ମାମଲା ରୁଜୁ କରିବା ସହିତ ପୋଲିସ ମୃତଦେହ ଚିହ୍ନଟ ପାଇଁ ଉଦ୍ୟମ ଜାରି ରଖିଛି ।

Get real time updates directly on you device, subscribe now.