fbpx

Video: ଭରାନଇ ପାର ହୋଇ ଚାଲି ଚାଲି ଆମ୍ବୁଲାନ୍ସ ନିକଟକୁ ଗଲେ ଗର୍ଭବତୀ,କୋରାପୁଟରୁ ଆସିଲା ବିକାଶର ନଗ୍ନ ଚିତ୍ର

କୋରାପୁଟ: ଭରାନଇ ପାର ହୋଇ ଚାଲି ଚାଲି ଆମ୍ବୁଲାନ୍ସ ନିକଟକୁ ଗଲେ ଗର୍ଭବତୀ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କୋରାପସ୍ୱଙ୍କ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ବାଘମାରି ଗାଁରେ । ଗ୍ରାମର ଇଛାଇ ମାଣ୍ଡିଆ ନାମକ ମହିଳା ଗର୍ଭବତୀ ଥିଲେ ହଠାତ ଦେହ ଅସ୍ୁସ୍ଥ ହେବାରୁ ଆମ୍ବୁଲାନ୍ସକୁ ଖବର ଦିଆଯାଇଥିଲା । ହେଲେ ଗାଁକୁ ରାସ୍ତା ନଥିବାରୁ ଅଟକି ରହିଥିଲା ଆମ୍ବୁଲାନ୍ସ । ବିଳମ୍ବ ହେବାରୁ ମହିଳା ସ୍ବାସ୍ଥ୍ୟକର୍ମୀ ବାଧ୍ୟ ହୋଇ ଗୋଟିଏ ଡାକ୍ତରୀ ଟିମ୍ ନେଇ ଗାଁରେ ପହଞ୍ଚିଥିଲେ । ସ୍ବାସ୍ଥ୍ୟ ପରୀକ୍ଷା କରିବାରୁ ହିମଗ୍ଲୋବିନ୍‌ କମ ରହିଥିବା ଜଣାପଡ଼ିଥିଲା ।

ବିଗୁଡୁଥିବା ସ୍ଵାସ୍ଥ୍ୟବସ୍ଥା ଉଭୟ ମା ’ ଓ ଶିଶୁ ପାଇଁ ବିପଦ ସୃଷ୍ଟି କରିବାର ଆଶଙ୍କା କରି ତୁରନ୍ତ ଡାକ୍ତରଖାନା ନେବାକୁ କୁହାଯାଇଥିଲା । ତେବେ ଗାଁକୁ ଯୋଗାଯୋଗ ପାଇଁ ପକ୍କା ରାସ୍ତା ନଥିବାରୁ ଆମ୍ବୁଲାନ୍ସ ପର୍ୟ୍ୟନ୍ତ କେମିତି ନିଆଯିବ ବୋଲି ଚିନ୍ତା ଶେଷରେରାସ୍ତା ଓ ପୋଲ ନଥିବାରୁ ହୀନସ୍ତା ହେଲେ ଗର୍ଭବତୀ ଗର୍ଭବତୀଙ୍କୁ କିଛି ଦୂର ଚଲାଇବା ସହ କିଛି ବାଟ ଏବଂ ଭରା ନଈକୁ କୋଳରେ ଧରି ପାରି କରାଇଥିଲେ ପରିବାର ଲୋକ ଅନେକ କଷ୍ଟ ଭୋଗିବା ପରେ ୩କିଲୋମିଟର ରାସ୍ତାକୁ ଗର୍ଭବତୀ ଇଛାଇ ଅତିକ୍ରମ କରିଥିଲେ ।

ଏହାପରେ ଆମ୍ବୁଲାନ୍ସରେ ତାଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ସୂଚନାଯୋଗ୍ୟ , ବାଘମାରି ଗାଁକୁ ଏପର୍ୟ୍ୟନ୍ତ ପକ୍କା ରାସ୍ତା କିମ୍ବା ବା ପୋଲ ହୋଇପାରିନି । ଗାଁରୁ ବାହାରିଲେ ଗୋଟିଏ କିଲୋମିଟର ଦୂରରେ ପ୍ରବାହିତ ପାହାଡ଼ିଆ ନଦୀ ସବୁବେଳେ ପ୍ରତିବନ୍ଧକ ସାଜୁଛି । ରାସ୍ତା ଅତିକ୍ରମ କରିବାକୁ ନଦୀ ଭିତରେ ପଶିବାକୁ ପଡୁଛି । ଗତବର୍ଷ ଏନ୍‌ବିସିସି କମ୍ପାନି ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ରାସ୍ତା କାମ ଆରମ୍ଭ କରି ଅଧାରେ ଛାଡ଼ି ଯାଇଛି । ତାହା ବି ଚଳିତ ବର୍ଷ ନଷ୍ଟ ହୋଇ ସାରିଲାଣି । ପୂର୍ବରୁ ରହିଥିବା ମାଟି ରାସ୍ତାକୁ କୌଣସି ପ୍ରକାର ଲୋକ ଅତିକ୍ରମ କରୁଥିବା ବେଳେ ଏବେ ସମସ୍ୟା ଅଧିକ ବଢ଼ି ଯାଇଛି । ଡାକ୍ତରୀ ଟିମ୍ ବି ଏହି ଗାଁକୁ ଯିବାକୁ ହେଲେ ନଈ ଭିତରେ ପଶିବାକୁ ପଡ଼ୁଛି । ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ତୁରନ୍ତ ପଦକ୍ଷେପ ନେବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି।

Get real time updates directly on you device, subscribe now.