fbpx

ପୁଣି ଭାଇରାଲ ଗୁରୁ ଶିଶ୍ୟ ପରମ୍ପରାର ଅନନ୍ୟ ଝଲକ, ଦେଖନ୍ତୁ ଏହି ଭିଡିଓ..

ନୂଆଦିଲ୍ଲୀ: ମୁଁ ଆଉ ଦୁଷ୍ଟ ହେବିନି ..ଜମାରୁ ଦୁଷ୍ଟ ହେବିନି ପ୍ଲିଜ ମିସ୍ ମତେ କ୍ଷମା କରିଦିଅ। ଏପରି କିଛି କହି ଶିକ୍ଷୟତ୍ରୀଙ୍କୁ ଭୁଲ ମାଗୁଛି କୁନି ପୁଅ। ଆଉ ଶିକ୍ଷୟତୀ କହୁଛନ୍ତି ..ମୁଁ ତୁମ ସହ କଥା ହିଁ ହବେିନି..ତୁମେ ବାର ବାର କହୁଛ ଦୁଷ୍ଟାମୀ କରିବନି ହେଲେ ଦୁଷ୍ଟାମୀ ଛାଡୁନ। ମୁଁତୁମ ସହ କଥା ହେବିନି। ଶିକ୍ଷୟତ୍ରୀ ଓ ଛାତ୍ରଙ୍କ ମଧ୍ୟରେ ହେଉଥିବା ଏହି କିଉଟ କଥା ବର୍ତ୍ତାକୁ ଦେଖି ଭିଡିଓଚୁ ପସନ୍ଦ କରୁଛନ୍ତି ୟୁଜରସ। ଯାହା ଖୁହ ବାଇରାଲ ହେବାରେ ଲାଗିଛି।

ଶିକ୍ଷୟିତ୍ରୀଙ୍କ ଭିତରେ ମାଆର ମମତା, ‘ମୁଁ ଆଉ ଦୁଷ୍ଟ ହେବିନି..ଜମା ଦୁଷ୍ଟ ହେବିନି, ମୋତେ କ୍ଷମା କରିଦିଅ’..ଶିକ୍ଷୟିତ୍ରୀଙ୍କୁ ଆଲିଙ୍ଗନ କରି କ୍ଷମା ମାଗୁଛି କୁନି ପିଲାଟି..ଭିଡ଼ିଓ ଭାଇରାଲ! ମୁଁ ଆଉ ଦୁଷ୍ଟ ହେବିନି ,ଜମାରୁ ଦୁଷ୍ଟାମୀ କରିବିବିନି ମୋତେ କ୍ଷମା କରିଦିଅ। ଶିକ୍ଷୟିତ୍ରୀଙ୍କୁ ଆଲିଙ୍ଗନ କରି କ୍ଷମା ମାଗୁଛି କୁନି ପିଲାଟି। ଗୁରୁ ଶିଷ୍ୟଙ୍କ ଏକ ନିଆରା ସମ୍ପର୍କ । ଗୁରୁଙ୍କୁ ଦିଆଯାଇଛି ଇଶ୍ୱର ଙ୍କ ମାନ୍ୟତା ହେଲେ ଗୁରୁଙ୍କର କେବଳ ଗୋଟିଏ ରୂପ ନ ଥାଏ ,ଥାଏ ଭିନ୍ନ ଭିନ୍ନ ରୂପ ବାପା ସାଜି ଦିଅନ୍ତି ନୈତିକତା ଓ ଆଦର୍ଶର ଶିକ୍ଷା। କେତେବେଳେ ମାଆ ସାଜି କରନ୍ତି ସ୍ନେହଆଉ ଶ୍ରଦ୍ଧା ବେଳେ ବେଳେସେ ଭାଇ ଭଉଣୀ ଆଉ ବେଳେ ବନ୍ଧୁ। ହେଲେ ଏମିତି ଏକ ଭିଡ଼ିଓ ଭାଇରାଲ ହେଉଛି ଯାହା ଦେଖି ଶିକ୍ଷୟିତ୍ରୀଙ୍କ ଭିତରେ ମାଆ ର ମମତାଦିଶିବ ଆଉ ସେହି ମାଆର ଆକଟ।

ଭିଡ଼ିଓଟି Instagramରେ ସେୟାର କରାଯାଇଛି। ଭିଡ଼ିଓ ରେ କୁନି ପିଲାଟି ତା ଗୁରୁମାଙ୍କୁ କ୍ଷମା ମାଗୁଛି।ଆଉ କହୁଛି ମୁଁ ଆଉ ଜମା ଦୁଷ୍ଟ ହେବିନି । ବାରମ୍ବାର କହୁଛି ଆଉ ଜମାରୁ ଦୁଷ୍ଟ ହେବିନି ହେଲେ ଗୁରୁମା କିନ୍ତୁ ଜମାରୁ ମାନୁ ନାହାନ୍ତି । ଗୁରୁମା କହୁଛନ୍ତି ତମେ ଏମିତି ବାରମ୍ବାର କହୁଛ ହେଲେ ଦୁଷ୍ଟାମୀ ଛାଡୁନ । କିନ୍ତୁ କୁନି ପିଲାଟି ଗୁରୁ ମାଆଙ୍କୁ ଆଲିଙ୍ଗନ କରି ମୁହଁରେ ଚୁମ୍ବନ ହେଇ ମୋନେଇ ବାକୁ ଚେଷ୍ଟା କରୁଛି । ତେବେ ଏହି ଭିଡ଼ିଓ ଟି ପ୍ରବଳ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.