fbpx

ଭିଜିଲାନ୍ସ ଜାଲରେ ନନ୍ଦପୁର ସିଡିପିଓ

ଜୟପୁର, ୨୭ ।୧୦(ଓଡିଶା ଭାସ୍କର): ସବୁଆଡେ ଲାଞ୍ଚ ଓ ଦୁର୍ନୀତି ବଢିବାରେ ଲାଗିଛି । ଏହାରି ମଧ୍ୟରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ନନ୍ଦପୁର ସିଡିପିଓ । ନନ୍ଦପୁର ସିଡିପିଓ ସିଗ୍ଧାରାଣୀ ମିଶ୍ରଙ୍କୁ ରେଡ୍ ହ୍ୟାଣ୍ଡରେ ଧରିଛି ଭିଜିଲାନ୍ସ । ନିଜ ଅଫିସରେ ୧ ଲକ୍ଷ ୭୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିଡିପିଓ ଧରାପଡିଛନ୍ତି । ତେବେ ଜଣେ ଠିକାଦାରଙ୍କର ବିଲ୍ କରାଇଦେବାକୁ କହି ସିଡିପିଓ ଲାଞ୍ଚ ନେଉଥିବା ଜଣାପଡିଛି ।

Get real time updates directly on you device, subscribe now.