fbpx
BJD SKY
BJD SKY

ନନ୍ଦିଗ୍ରାମରେ କଡା ଟକ୍କର, ପଛରେ ରହିଗଲେ ମମତା ବାନାର୍ଜୀ

BJD

କୋଲକାତା,୨ ।୫: ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ଆଜି ଭୋଟ୍ ଗଣତି ଚାଲିଥିବା ବେଳେ ପଶ୍ଚିମବଙ୍ଗରେ ଟିଏମସି ଓ ବିଜେପି ମଧ୍ୟରେ ହୋଇଛି କଡା ଟକ୍କର । ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଆସନର ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଛି । ନନ୍ଦିଗ୍ରାମରେ ନଜର ଥିବାର କାରଣ ହେଉଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ନନ୍ଦିଗ୍ରାମରେ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ଆଗୁଆ ରହିଥିବା ବେଳେ ପଛରେ ରହିଛନ୍ତି ମମତା । ମମତାଙ୍କ ଠାରୁ ୮୧୦୬ ଭୋଟରେ ଆଗୁଆ ଅଛନ୍ତି ଶୁଭେନ୍ଦୁ ।

ତେବେ ଦିନ ୧୦ଟା ୩୦ ସୁଦ୍ଧା ପଶ୍ଚିମବଙ୍ଗରେ ଟିଏମସି ୧୬୧ ଆସନରେ ଆଗୁଆ ରହିଥିବା ବେଳେ ବିଜେପି ୧୧୮ଟି ଆସନରେ ଆଗୁଆ ରହିଛି ।

Get real time updates directly on you device, subscribe now.