ଅଫର ଲେଟର ଦେବାର 2 ବର୍ଷ ପରେ Joining, ହଠାତ୍ 400 ଜଣଙ୍କୁ ବିଦା କରିଦେଲା Infosys
ସନ୍ଧ୍ୟା 6ଟା ସୁଦ୍ଧା କ୍ୟାମ୍ପସ ଛାଡ । କାହିଁଁକି କର୍ମଚାକୀଙ୍କୁ ଏଭଳି କହିଲା ଇନଫୋସିସ ।
ନୂଆଦିଲ୍ଲୀ: ଦେଶର ପ୍ରମୁଖ ଆଇଟି କମ୍ପାନୀ ଇନଫୋସିସ୍ ପ୍ରାୟ 400 ଜଣ ନୂତନ କର୍ମଚାରୀଙ୍କୁ (ଫ୍ରେସର୍ସ) ବହିଷ୍କାର କରିଛିନ। ଏହି ସମସ୍ତ କର୍ମଚାରୀଙ୍କୁ ଅକ୍ଟୋବର 2024 ରେ ନିଯୁକ୍ତି ଦିଆଯାଇଥିଲା। ଏହି କର୍ମଚାରୀଙ୍କୁ ତାଲିମ ଦେବା ପରେ ଏବେ ବାହାର କରିଦେଇଛି କମ୍ପାନୀ ।
ତଥାପି, ଆଇଟି କର୍ମଚାରୀ ସଂଘ NITES କହିଛି ଯେ, ଏହି ପଦକ୍ଷେପ ଦ୍ୱାରା ପ୍ରଭାବିତ ନୂତନ କର୍ମଚାରୀଙ୍କ ସଂଖ୍ୟା ବହୁତ ଅଧିକ। ତୁରନ୍ତ ହସ୍ତକ୍ଷେପ ଏବଂ କମ୍ପାନୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରି ସଂଘ ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ ନିକଟରେ ଏକ ଆନୁଷ୍ଠାନିକ ଅଭିଯୋଗ ଦାଖଲ କରିବାକୁ ଧମକ ଦେଇଛି ।
ଫେଲ୍ କରିବା ପାଇଁ ହିଁ ପରୀକ୍ଷା କରାଯାଇଥିଲା- ଏନେଇ ବହିଷ୍କୃତ ଜଣେ ଫ୍ରେସର୍ କହିଛନ୍ତି, ଏହା ସମ୍ପୂର୍ଣ୍ଣ ଭୁଲ କାରଣ ପରୀକ୍ଷାଗୁଡ଼ିକ ବହୁତ କଠିନ ଥିଲା ଏବଂ କେବଳ ଆମକୁ ବିଫଳ କରିବା ପାଇଁ ନିଆଯାଇଥିଲା। ପରୀକ୍ଷା ଫଳାଫଳ ପରେ ଅନେକ ଫ୍ରେସର୍ ଅଚେତ ହୋଇଗଲେଣି, କାରଣ ସେମାନଙ୍କ ଭବିଷ୍ୟତ ଏବେ ଅନ୍ଧକାରମୟ ଦେଖାଯାଉଛି ।
ତେବେ ଏଣ୍ଟ୍ରାନ୍ସରେ ସେମାନେ ବିଫଳ ହୋଇଥିବା ବେଳେ ସନ୍ଧ୍ୟା 6ଟା କ୍ୟାମ୍ପସ ଛାଡିବା ପାଇଁ ପରାମର୍ଶ ଦିଆଯାଇଥିବା ନେଇ ଏକ ରିପୋର୍ଟରେ ଦର୍ଶାଯାଇଛି । ଏକ ଇ-ମେଲ୍ କରାଯାଇଥିବା ପ୍ରଶ୍ନର ଉତ୍ତରରେ, ବେଙ୍ଗାଲୁରୁର ମୁଖ୍ୟାଳୟ ଥିବା ଏହି ଆଇଟି ସେବା କମ୍ପାନୀ କହିଛି, କମ୍ପାନୀକୁ ଏଣ୍ଟ୍ରି କରିବାକୁ ହେଲେ ପରୀକ୍ଷାରେ ପାସ୍ ହେବା ଜରୁରୀ ଅଟେ ।
କମ୍ପାନୀ କହିଛି ଯେ ସମସ୍ତ ନୂତନ କର୍ମଚାରୀଙ୍କୁ ମୂଲ୍ୟାୟନ ପାସ କରିବା ପାଇଁ ତିନୋଟି ସୁଯୋଗ ମିଳିବ, ନଚେତ୍ ସେମାନେ ସଂଗଠନରେ ଜାରି ରଖିପାରିବେ ନାହିଁ । କମ୍ପାନୀର ଚୁକ୍ତିନାମାରେ ମଧ୍ୟ ଏହା ଉଲ୍ଲେଖ କରାଯାଇଥିବା କଥା କୁହାଯାଇଛି ।