fbpx
BSKY
BJD MC SKY
BJD MS SKY

ବିଜନେସ୍ ଆରମ୍ଭ କରିବାକୁ ବିନା ଗ୍ୟାରେଣ୍ଟିରେ ସରକାର ଦେଉଛନ୍ତି ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ୍‌, ଟ୍ରେନିଂ ସମୟରେ ଦୈନିକ ୫୦୦ଟଙ୍କା ଷ୍ଟାଇପେଣ୍ଡ

ନୂଆଦିଲ୍ଲୀ: ଯଦି ଆପଣ ନିଜର ବିଜନେସ୍ ଆରମ୍ଭ କରିବାକୁ ଚାହୁଁଛନ୍ତି ଓ ସରକାରଙ୍କ ଠାରୁ ଆର୍ଥିକ ସହାୟତା ଚାହୁଁଛନ୍ତି ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଲଞ୍ଚ କରାଯାଇଥିବା ପିଏମ୍ ବିଶ୍ୱକର୍ମା ଯୋଜନା ଆପଣଙ୍କ କାମରେ ଆସିବ । ଏହି ଯୋଜନା ଜରିଆରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ୍ ବିନା କୌଣସି ଗ୍ୟାରେଣ୍ଟିରେ ନେଇପାରିବେ । କିନ୍ତୁ ଏହି ଯୋଜନାରେ ଲାଭ ନେବା ପାଇଁ ପୂର୍ବରୁ ଧାର୍ଯ୍ୟ ୧୮ ପ୍ରକାର କୌଳିକ ବୃତ୍ତି ସହିତ ଜଡିତ ରହିଥିବା ଉଚିତ ।
ପିଏମ୍ ବିଶ୍ୱକର୍ମା ଯୋଜନା କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏପରି ଏକ ଯୋଜନା ଯେଉଁଥିରେ ଆର୍ଥିକ ସ୍ତରରେ ଦୁର୍ବଳ ଲୋକଙ୍କୁ ଲୋନ୍ ଦେଇ ସେମାନଙ୍କ କାରବାରକୁ ପ୍ରୋତ୍ସାହିତ କରାଯାଉଛି । ପ୍ରଧାନମନ୍ତ୍ରୀ ମୋଦୀ ଗତ ସେପ୍ଟେମ୍ବରରେ ବିଶ୍ୱକର୍ମା ଜୟନ୍ତୀ ଅବସରରେ ଏହି ଯୋଜନାର ଆରମ୍ଭ କରିଥିଲେ । ଏହି ଯୋଜନାରେ କେବଳ ବିଭିନ୍ନ କୌଳିକ ବୃତ୍ତି ସହ ଜଡିତ ଲୋକମାନଙ୍କୁ ଲୋନ୍ ଦିଆଯିବ ନାହିଁ ବରଂ ସେହି କ୍ଷେତ୍ରରେ କାରବାରକୁ ଆଗକୁ ବଢାଇବା ଲାଗି ସ୍କିଲ ଟ୍ରେନିଂ ମଧ୍ୟ ଦିଆଯିବ । ଏହାସହିତ ଏଥିରେ ଷ୍ଟାଇପେଣ୍ଡ ସହିତ ଅନ୍ୟାନ୍ୟ ଲାଭ ପ୍ରଦାନର ବ୍ୟବସ୍ଥା ବି ରହିଛି ।

ପିଏମ୍ ବିଶ୍ୱକର୍ମା ଯୋଜନାର ସବୁଠାରୁ ବଡ ସୁବିଧା ହେଉଛି ଯଦି କୌଣସି ଦକ୍ଷ ବ୍ୟକ୍ତି ନିଜର ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛି କିନ୍ତୁ ଆର୍ଥିକ ସଂକଟ କାରଣରୁ ଏହା କରିପାରୁ ନାହିଁ ତେବେ ସେ ଏହି ଯୋଜନାରେ ଲୋନ୍ ପାଇଁ ଆବେଦନ କରିପାରିବ । ଏଥିରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ୍ ପାଇବାର ବ୍ୟବସ୍ଥା ରହିଛି । ପ୍ରଥମ ପର୍ଯ୍ୟାୟରେ ବିଜନେସ୍ ଆରମ୍ଭ କରିବା ଲାଗି ୧ ଲକ୍ଷ, ପରେ ଏହାର ବିସ୍ତାର ଲାଗି ୨ ୟ ପର୍ଯ୍ୟାୟରେ ୨ ଲକ୍ଷ ଟଙ୍କା ଲୋନ୍ ଦିଆଯାଇଥାଏ । ଏହି ଲୋନ୍ ମାତ୍ର ୫% ସୁଧରେ ପ୍ରଦାନ କରାଯିବ । ଏହା ସହିତ ଟ୍ରେନିଂ ସମୟରେ ଦୈନିକ ୫୦୦ଟଙ୍କା ଷ୍ଟାଇପେଣ୍ଡ ବି ପ୍ରଦାନ କରାଯିବ ।

Get real time updates directly on you device, subscribe now.