fbpx

ଦୀପାବଳି ପୂର୍ବରୁ ମୋଦୀ ସରକାରଙ୍କ ଉପହାର, ଉଜ୍ଜ୍ୱଳା ଲାଭାର୍ଥୀଙ୍କ ବଢିଗଲା ସବସିଡି

ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ମୋଦୀ ସରକାର ଦେଇଛନ୍ତି ଉପହାର । ଉଜ୍ଜ୍ୱଳା ଲାଭାର୍ଥୀଙ୍କୁ ଏବେ ୨୦୦ବଦଳରେ ମିଳିବ ୩୦୦ଟଙ୍କାର ସବସିଡି । କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କ୍ୟାବିନେଟ୍‌ରେ ଏ ବିଷୟରେ ସୂଚନା ଦେଇଛନ୍ତି । କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଉଜ୍ଜ୍ୱଳା ଯୋଜନା ଲାଭାର୍ଥୀଙ୍କୁ ମିଳୁଥିବା ୨୦୦ଟଙ୍କା ସବସିଡିରେ ୧୦୦ ଟଙ୍କା ବୃଦ୍ଧି କରାଯାଇ ୩୦୦ଟଙ୍କା କରି ଦିଆଯାଇଛି । ସେ କହିଛନ୍ତି କେନ୍ଦ୍ର କ୍ୟାବିନେଟ୍ ରକ୍ଷା ବନ୍ଧନ ଓ ଓନମ୍ ଅବସରରେ ଏଲପିଜି ମୂଲ୍ୟ ୨୦୦ଟଙ୍କା ହ୍ରାସ କରିଥିଲେ । ଆଜି ଉଜ୍ଜ୍ୱଳା ଲାଭାର୍ଥୀଙ୍କ ସବସିଡି ୨୦୦ରୁ ୩୦୦କୁ ବୃଦ୍ଧି କରାଗଲା ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ମହିଳାଙ୍କ ଜୀବନରେ ଉଜ୍ଜ୍ୱଳା ଯୋଜନାର ବଡ ଯୋଗଦାନ ରହିଛି । ଏହି କାରଣରୁ ଏବେ ସେମାନଙ୍କୁ ୨୦୦ ଟଙ୍କା ବଦଳରେ ୩୦୦ଟଙ୍କା ସବସିଡି ମିଳିବ ।

Get real time updates directly on you device, subscribe now.