fbpx
BSKY
BJD MC SKY
BJD YOUTH SKY

ଫଳକ ପଡି ପ୍ରଥମ ଶ୍ରେଣୀ ଛାତ୍ର ମୃତ, ଖେଳ ଛୁଟୀରେ ବାହାରକୁ ଆସିଥିବା ବେଳେ ଘଟିଥିଲା ଏହି ଅଘଟଣ

ଭଦ୍ରକ: ଆଜି ଭଦ୍ରକର ଧୁଷୁରୀ ଅଞ୍ଚଳରେ ଘଟିଯାଇଛି ଏହି ଦୁଃଖଦାୟକ ଘଟଣା । ଏଠାରେ ଫଳକ ପଡି ଜଣେ ପ୍ରଥମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି । ଖେଳ ଛୁଟୀରେ ଛାତ୍ର ଜଣକ ରାସ୍ତାକୁ ଆସିଥିବା ବେଳେ ତା’ ସହ ଘଟିଛି ଏହିପରିି ଅଘଟଣ ।

ମିଳିଥିବା ସୂଚନା ଅନୁସାରେ ରାସ୍ତା କାମ ଚାଲିଥିବା ବେଳେ ଧୁଷୁରୀ ଥାନା ଉଚ୍ଚପଦା ପ୍ରାଥମିକ ବିଦ୍ୟାଳୟର ଜଣେ ଛାତ୍ର ରାସ୍ତା ଉପରକୁ ଆସିଥିଲେ । ସ୍କୁଲ ନିକଟରେ ରାସ୍ତା କାମ ଚାଲୁଥିବାରୁ ସେଠାରେ ଫଳକ ରଖାଯାଇଥିଲା । ଛାତ୍ର ଜଣକ ବାହାରକୁ ଆସିଥିବା ବେଳେ ଏପରି ଅଘଟଣ ଘଟି ପ୍ରାଣ ଯାଇଥିବା ଜଣାଯାଇଛି ।

Get real time updates directly on you device, subscribe now.