fbpx

ରାସ୍ତା ମଝିରେ ଜନ୍ମଦିନ ପାର୍ଟି କରିବା ପଡ଼ିଲା ମହଙ୍ଗା: ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ୪ ଗିରଫ

ନୋଏଡା: (ଓଡ଼ିଶା ଭସ୍କର) ମହଙ୍ଗା ପଡ଼ିଲା ରାସ୍ତା ମଝିରେ ଜନ୍ମଦିନ ପାର୍ଟି ପାଳନ କରିବା । ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ୪ ଜଣଙ୍କୁ ଗିରଫ କରଛି ପୋଲିସ। ଘଟଣାଟି ଉତ୍ତରପ୍ରଦେଶ ନୋଏଡାର ଏକ ସମୁଦ୍ର କୂଳ ନିକଟ ରାସ୍ତାର । ତେବେ ରବିବାର ରାତିରେ ସେକ୍ଟର-୧ସ୍ଥିତ ବିର୍ଲା ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ନିକଟରେ ଏହି ଘଟଣା ଘଟିଥିବା ଜଣା ପଡ଼ିଛି । ଭିଡିଓରେ ଦେଖିବାକୁ ମିଳୁଛି ଯେ କିଛି ଯୁବକ ରାସ୍ତା ମଝିରେ ଏକ କାଠ ବେଞ୍ଚ୍ ଉପରେ କେକ୍ କାଟୁଛନ୍ତି । ସେମାନଙ୍କ ପାଖଦେଇ ଅନ୍ୟ ଗାଡି ଯିବାବେଳେ ସେମାନେ ବାଧା ସୃଷ୍ଟି କରି ହଙ୍ଗାମା କରୁଥିବା ଦେଖିବାକୁ ମିଳୁଛି । ଖାଲି ଏତିକି ନୁହେଁ, ବରଂ ନିଶାସକ୍ତ ଅବସ୍ଥାରେ ବାଣ ଫୁଟାଉଛନ୍ତି।

କିଛି ଲୋକ ଏହି ଦୃଶ୍ୟର ଫଟୋ ଏବଂ ଭିଡିଓ ତିଆରି କରି ସୋସିଆଲ ମିଡିଆରେ ସେୟାର କରିଥିଲେ । ଭାଇରାଲ ଭିଡିଓକୁ ଦେଖି ଫେଜ୍-୧ ଥାନାର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା। କମିଶନରେଟ ପୋଲିସ ଗୌତମ ବୁଦ୍ଧ ନଗରର ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ଲେଖାଯାଇଛି, ଉକ୍ତ ମାମଲାରେ ଥାନା ଫେଜ୍ -୧ ପୋଲିସ ୪ ଜଣଙ୍କୁ ଗିରଫ କରି ପ୍ରତିଷେଧକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଉତ୍ତର ପ୍ରଦେଶରେ ଏହା କିଛି ନୂଆ କଥା ନୁହେଁ, ଚଳିତ ବର୍ଷ ଜୁଲାଇ ମାସରେ ଗୌତମ ବୁଦ୍ଧ ନଗର ଏକ ରାସ୍ତାରେ ବାଣ ଫୁଟାଇ କେକ୍ କାଟିବା ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଥିଲା। ଗତ ବର୍ଷ ସେପ୍ଟେମ୍ବରମାସରେ ଗାଜିଆବାଦର ଏକ ଜନ୍ମଦିନ ପାର୍ଟି ପାଳନ କରିବା ଏବଂ ହଙ୍ଗାମା କରିବା ଅଭିଯୋଗରେ ୮ଟି କାର୍ ସହ ୨୧ ଜଣଙ୍କୁ ଗିରଫ କରାଯାଇଥିଲା। ଇନ୍ଦିରାପୁରମ୍ ପୋଲିସ ର କହିବା ଅନୁଯାୟୀ, ସେମାନେ କାର୍ ର ବୋନେଟ୍ ରେ ଜୋରରେ ସଙ୍ଗୀତ ବଜାଉଥିବା ବେଳେ କେକ୍ କାଟୁଥିବା ଏବଂ ଟ୍ରାଫିକ୍ ରେ ବାଧା ସୃଷ୍ଟି କରିଥିବାରୁ ପଚରାଉଚରା କରୁଥିବା ଅନ୍ୟ ଯାତ୍ରୀମାନଙ୍କୁ ଗାଳିଗୁଲଜ କରୁଥିବା ଦେଖିବାକୁ ମିଳିଥିଲା।

Get real time updates directly on you device, subscribe now.