fbpx
BJD
BJD SKY
BJD SKY

ସ୍କ୍ୱାଶରେ ରୌପ୍ୟ ପଦକ ପକ୍କା: ପୁରୁଷ ସିଙ୍ଗଲସ ଫାଇନାଲରେ ସୌରଭ ଘୋସାଲ

BJD

ନୂଆଦିଲ୍ଲୀ: ଚୀନର ହ୍ୱାଙ୍ଗଝୁଠାରେ ଚାଲିଥିବା ୧୯ତମ ଏସୀୟ କ୍ରୀଡ଼ାର ଆଜି ହେଉଛି ଏକାଦଶ ଦିବସ । ଚଳିତ ବର୍ଷ ଭାରତୀୟ କ୍ରୀଡ଼ାବିତମାନେ ସେମାନଙ୍କର ଜୟଯାତ୍ରା ଜାରି ରଖିଛନ୍ତି । ତେବେ ଏହା ମଧ୍ୟରେ ସ୍କ୍ୱାଶରେ ଭାରତ ପୁଣି ଏକ ରୌପ୍ୟ ପଦକ ସୁନିଶ୍ଚିତ କରିଛି । ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ସୌରଭ ଘୋସାଲ ୫୨ ନମ୍ବର ବିଶ୍ୱ ରାଙ୍କିଂ ପ୍ରାପ୍ତ ହେନରୀ ଲିଉଙ୍ଗଙ୍କୁ ୩-୦ (୧୧-୨, ୧୧-୧, ୧୧-୬)ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛନ୍ତି ।

ହଂକଂର ହେନରୀ ଲିଉଙ୍ଗକୁ ସେମିରେ ପରାସ୍ତ କରିବା ପରେ ସୌରଭ ଫାଇନାଲରେ ପ୍ରବେଶ କରିଛନ୍ତି । ଏହି ବିଜୟ ଫଳରେ ଭାରତ ପାଇଁ ପୁଣି ଏକ ରୌପ୍ୟ ପଦକ ସୁନିଶ୍ଚିତ କରିଛନ୍ତି ସୌରଭ । ଆସନ୍ତା ୫ ତାରିଖରେ ସୌରଭ ସ୍ୱର୍ଣ୍ଣ ପଦକ ପାଇଁ ଲଢ଼େଇ କରିବେ । ଗତକାଲି ୧୦ମ ଦିନରେ ଭାରତ ମୋଟ ୯ଟି ପଦକ ହାସଲ କରିଥିବା ବେଳେ ଆଜି ପଦକ ସଂଖ୍ୟା ୭୪ରେ ପହଞ୍ଚିଛି । ସେଥିମଧ୍ୟରେ ୧୬ଟି ସ୍ୱର୍ଣ୍ଣ, ୨୭ଟି ରୌପ୍ୟ ଓ ୩୧ଟି ବ୍ରୋଞ୍ଜ ସାମିଲ ରହିଛି । ଗତ ୨୦୧୮ ମସିହା ଏସିଆନ ଗେମ୍ସରେ ଭାରତ ୧୬ଟି ସ୍ୱର୍ଣ୍ଣ ସହିତ ସର୍ବାଧିକ ୭୦ଟି ପଦକ ଜିତିଥିବା ବେଳେ ଚଳିତ ବର୍ଷ ଉକ୍ତ ରେକର୍ଡ ଭାଙ୍ଗି ନୂଆ ରେକର୍ଡ କରିଛି ।

ଗତକାଲି ସୌରଭ ପ୍ରତିପକ୍ଷ ଜାପାନର ର୍ୟୁନୋସୁନେ ଟିସୁକୁଏଙ୍କୁ ୩-୦ରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଥିଲେ । ସୌରଭ ୧୧-୫, ୧୨-୧୦, ୧୧-୩ ବ୍ୟବଧାନରେ ପ୍ରତିପକ୍ଷଙ୍କୁ ମାତ ଦେଇଥିଲେ । ପ୍ରଥମ ଖେଳରେ ସୌରଭ ୩ ପଏଣ୍ଟ ଆଗରେ ରହିଥିଲା । ଦ୍ୱିତୀୟ ଗେମରେ ଟିସୁକୁଏ ପ୍ରତ୍ୟାବର୍ତ୍ତନ କରିଥିଲେ ହେଁ ତିଷ୍ଠି ପାରିନଥିଲେ ।

Get real time updates directly on you device, subscribe now.