fbpx

Big Breaking; ଶପଥ ନେଲେ ନରେନ୍ଦ୍ର ମୋଦୀ: ପ୍ରଧାନମନ୍ତ୍ରୀ ଭାବରେ ତୃତୀୟ ଥର ମିଳିଲା ଦାୟିତ୍ୱ

Advertisement

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ଭାବରେ ତୃତୀୟ ଥର ପାଇଁ ଶପଥ ଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୨୦୧୪ ଏବଂ ୨୦୧୯ ପରେ ୨୦୨୪ରେ ମଧ୍ୟ ଭାରତରେ ସରକାର ଗଢିବେ ପ୍ରଦାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ଅନ୍ୟାନ୍ୟ ବରିଷ୍ଠ ଅତିଥିଙ୍କ ଉପସ୍ଥିତିରେ ମୋଦୀ ତୃତୀୟ ଥର ଭାବରେ ଦେଶର ପ୍ରଦାନମନ୍ତ୍ରୀ ଦାୟିତ୍ୱ ନିଜ ହାତକୁ ନେଇଛନ୍ତି । ୨୦୨୪ ନିର୍ବାଚନରେ ଏନଡିଏ ବହୁମତ ହାସଲ କରିବା ପରେ ମୋଦୀଙ୍କୁ ଦଳର ନେତା ଭାବରେ ଚୟନ କରିଥିଲା । ଏହାପରେ ଆଜି ପ୍ରଧାନମନ୍ତ୍ରୀ ଆସନରେ ତୃତୀୟ ଥର ପାଇଁ ମୋଦୀଙ୍କୁ ସୁଯୋଗ ଦେଇଛନ୍ତି ଭାରତର ସଚେତନ ନାଗରିକ ।

Get real time updates directly on you device, subscribe now.